Homeaccidentବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ

ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ

ସୋର, (୦୮/୦୬) : ଆପ୍ର : ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ । ବାଲେଶ୍ବର ଜିଲ୍ଲା ସୋର ଏନଏଚ ୧୬ରେ ଉତ୍ତରେଶ୍ୱରରେ ଘଟିଛି ଭୟଙ୍କର ଦୁର୍ଘଟଣା ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗାଁର ମନୋଜ ଦାସ ଓ ତାଙ୍କ ୭ ବର୍ଷ ଝିଅଙ୍କ ସହ ବାଲେଶ୍ୱରରୁ ଫେରିଲା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଏଥିରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ବାଲେଶ୍ୱର ଭୁବନେଶ୍ୱର ରାଜପଥ କିଛି ସମୟ ବନ୍ଦ ରହିଥିଲା । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ସୋର ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଅଛନ୍ତି । ଉଭୟ ବାପା ଓ ଝିଅଙ୍କ ମୃତଦେହ ବ୍ୟବଛେଦ ପାଇଁ ମେଡିକାଲକୁ ନିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments