Homepoliticsବାଲିଗୁଡା ବିଜେଡି ରେ ଇସ୍ତଫା ପର୍ବ ; ଦୁଇ ବିଜେଡି ନେତା ଙ୍କ ନିଲମ୍ବନ ପ୍ରତିବାଦରେ...

ବାଲିଗୁଡା ବିଜେଡି ରେ ଇସ୍ତଫା ପର୍ବ ; ଦୁଇ ବିଜେଡି ନେତା ଙ୍କ ନିଲମ୍ବନ ପ୍ରତିବାଦରେ ଚାରି ବ୍ଲକ ସଭାପତି, ତିନି ବ୍ଲଜ ଅଧ୍ୟକ୍ଷ୍ୟ ସମେତ ବାଲିଗୁଡା ଏନଏସି ଅଧ୍ୟକ୍ଷ ୧୧ କାଉନସିଲରଙ୍କ ସାମୁହିକ ଇସ୍ତଫା

ବାଲିଗୁଡା, (୫/୬) : ଆପ୍ର : ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ହଟଚମଟ l ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଓ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାହୁ ଙ୍କୁ ବିଜେଡି ରୁ ନିଲମ୍ବନ କରାଯିବା ପ୍ରତିବାଦ ରେ ଘନେଇଲା ବିଜେଡି ର ଇସ୍ତଫା ପର୍ବ

ବିଜେଡି ର ନିଲମ୍ବନ ଆଦେଶ କୁ ପ୍ରତିବାଦ କରି ବିଜେଡି ରୁ ସାମୁହିକ ଇସ୍ତଫା ଦେଲେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ ଓ ବାଲିଗୁଡା ନଗର ର ସମସ୍ତ ବିଜେଡି ନେତା,କର୍ମୀ ଓ ନିର୍ବାଚିତ ଜନ ପ୍ରତିନିଧି । ନିଲମ୍ବିତ ବାଲିଗୁଡା ବିଧାୟକ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଗତ ୩ ଜୁନ ରେ ନିଲମ୍ବିତ ହୋଇଥିଲେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଓ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାହୁ l ବିଜୁ ଜନତା ଦଳ ର ମଙ୍ଗ ଧରିଥିବା ଦୁଇ ଟାଣୁଆ ନେତା ଙ୍କ ନିଲମ୍ବନ କୁ ପ୍ରତିବାଦ କରି ସାମୁହିକ ଇସ୍ତଫା ପରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ରୁ ବିଜେଡି ଶୂନ୍ୟ ହେଲା ବିଜୁ ଜନତା ଦଳ ।

ବିଜୁ ଜନତା ଦଳ ର ପ୍ରାଥମିକ ସଭ୍ୟ ପଦରୁ ସାମୁହିକ ଇସ୍ତଫା ଦେଲେ ଚାରି ବିଜେଡି ବ୍ଲକ ସଭାପତି, ବାଲିଗୁଡା ବିଜେଡି ନଗର ସଭାପତି, ବାଲିଗୁଡା ଏନଏସି ଅଧକ୍ଷ, ୧୧ଜଣ କାଉନସିଲର, ତିନି ବ୍ଲକ ଅଧକ୍ଷ୍ୟ, ଉପାଧ୍ୟକ୍ଷ,ସମିତି ସଭ୍ୟ ଓ ସରପଞ୍ଚ ଙ୍କ ସମେତ ସମସ୍ତ ବିଜେଡି କର୍ମୀ ଓ ନେତୃ ମଣ୍ଡଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ବିନା ଜାଣତ ରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ଦଳ ସଙ୍ଘଠନ କୁ ଦୁର୍ବଳ କରିବାର ହୀନ ପ୍ରୟାସ କରି ନିଲମ୍ବନ କରିଥିବା ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନ୍ୟାୟ ଦେଲେ ଆମେ ଦଳ କୁ ପୁଣି ଥରେ ଫେରିବୁ ନଚେତ ଆଜିଠାରୁ ସ୍ୱାଧୀନ ଭାବେ ରହି ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଜନତା ଙ୍କ ସେବା ପୂର୍ବ ଭଳି ଜାରୀ ରଖିବୁ ବୋଲି କହିଛନ୍ତି ଟୁନା ଦାସ ଓ ପ୍ରମୋଦ ସାହୁ l ତେବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟ କଳାପ କୁ ନେଇ ବିଜେଡି କର୍ମୀ କୁଶ ପୁତ୍ତଳିକା ଦାହ କରିଛନ୍ତି l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments