Homelocalପେଟାପାଙ୍ଗା ଗ୍ରାମ ପଞ୍ଚାୟତରେ ରାଇକିଆ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ

ପେଟାପାଙ୍ଗା ଗ୍ରାମ ପଞ୍ଚାୟତରେ ରାଇକିଆ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ

ରାଇକିଆ, (୨୧/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2026 07 20 at 19.26.41

ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ସିଂହ କହଁର ଯୋଗ ଦେଇ ଜନସାଧାରଣଙ୍କର ଆବେଦନ ଅଭିଯୋଗ ଗୁଡ଼ିକର ଶୁଣାଣୀ କରିଥିଲେ । ଆବେଦନ ଅଭିଯୋଗ ଗୁଡ଼ିକ ମଧ୍ୟରେ ମୋଟ ୯ ଗୋଟି ସାମୂହିକ ଭାବେ ଏବଂ ବ୍ୟକ୍ତିଗତ ଭାବେ ୧୦ ଗୋଟି ଏପରି ମୋଟ ୧୯ ଗୋଟି ଅଭିଯୋଗ ଗୁଡ଼ିକ ରହିଥିଲା । ସାମୂହିକ ଅଭିଯୋଗ ଗୁଡ଼ିକ ମଧ୍ୟରେ ପ୍ରମୁଖ ଭାବେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଗୁଡ଼ିକ ଵିଷୟ, ପାନୀୟ ଜଳ ଯୋଗାଣ, ଖାଉଟି କାର୍ଡ ମଞ୍ଜୁର ଓ ମୋବାଇଲ ନେଟୱାର୍କ ସମସ୍ୟା ଦୂରୀକରଣ ଆଦି ଅନ୍ତର୍ଭୁକ୍ତ ଥିଲା, ଏହି ଅବସରରେ ଆଗାମି ଅତି ନିକଟରେ ସମସ୍ତ ଆବେଦନ ଅଭିଯୋଗ ଗୁଡ଼ିକର ବିଚାର କରି ଜିଲ୍ଲାପାଳଙ୍କ ମଞ୍ଜୁର ସହ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପୁଣି ସମ୍ପୃକ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁରାଇକିଆ ଏବିଡିଓ ନିର୍ଦେଶ ଦେଇଥିଲେ ।

ଏହି ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅବସରରେ ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନ , AEE ବଣ୍ଟି ଚୌଧୁରୀ ,ଏପିଓ କେଦାର ପଣ୍ଡା,ଜିପିଡିଓ ମହେଶ ପଟ୍ଟନାୟକ, ପିଇଓ ଶିବସମ୍ଭୁ ଗୌଡ଼, ବିଏସଏସଓ ରାମକୃଷ୍ଣ ବେହେରା, ଏମ୍ ଆଇ କିରନ ବେହେରା, ରୁରାଲ ହଉସୀଙ୍ଗି ସଂଯୋଜକ କମଲ ପ୍ରସାଦ ନାୟକ ଏବଂ ଏଡିଓ ଗୌତମ ପ୍ରଧାନ  ଉପସ୍ଥିତ ରହି ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments