ପୁରୁଷୋତ୍ତମପୁର, (୨୫/୦୭) : ଆପ୍ର : ଏକାଧିକ ଅପରାଧରେ ସାମିଲ ଥିବା ଏବଂ ତା ନାମରେ ବିଭିନ୍ନ ଥାନାରେ କେସ ଥିବା ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଶୁକ୍ରବାର ସକାଳ ୯ ଟାରେ ଏନକାଉଣ୍ଟର କରିଛନ୍ତି ପୁରୁଷୋତ୍ତମପୁର ଆଇ ଆଇ ଆଇ ସି କୁଳମଣୀ ସେଠୀ ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ନଈତଟ ସାହିର ଘନଶ୍ୟାମ ପୂର୍ବରୁ ବିଭିନ୍ନ ଅପରାଧରେ ସାମିଲ ହୋଇ ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଥିଲା । ଏସ ଡିପିଓ ସୁଜିତ ନାୟକ ଙ୍କ ନିର୍ଦେଶ ରେ ଆଜି କୌଣସି ସୂତ୍ରରୁ ଖବର ପାଇଁ ପୁରୁଷୋତ୍ତମ ପୁର ଥାନାଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଉଭୟ ପୁରୁଷୋତ୍ତମପୁର ଏବଂ କୋଦଳା ପୁଲିସ ମିଳିତ ଭାବେ ସୂଚନା ପାଇଥିଲେ କି ଘନଶ୍ୟମ ଓ ତାର ଗେଙ୍ଗ ପଲସର ମୋଟର ସାଇକେଲରେ ଯାଉଥିବା ଖବର ପାଇ ଦୁଇ ଥାନାର ଅଧିକାରୀ ଓ ପୋଲିସ ଘନଶ୍ୟାମ ଓ ତା’ର ସହିଯୋଗୀକୁ ପିଛା କରିଥିଲେ କୋଦଳା, ସିଂହାସନୀ ରାସ୍ତାର ବାଦିପଡା ନିକଟରେ କାଳିଆ ଓ ତା”ର ସହଯୋଗୀ ପୁଲିସ କୁ ଦେଖି ତାଙ୍କ ଉପରକୁ ଏକ ରାଉଣ୍ଡ ଫା୍ୟାରିଂ କରିବା ସହ ଦୁଇଟି ବମ ଫିଙ୍ଗି ଥିଲେ l ଆତ୍ମରକ୍ଷା ପାଇଁ କୁଳମଣୀ ସେଠୀ ଫାୟାରିଙ୍ଗ କରିଥିଲେ ପୁଲିସର ପାଲଟା ଫା୍ୟାରିଂରେ କାଳିଆର ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା ଏବଂ ସହଯୋଗୀ ମାନେ ଫେରାର ହୋଯାଇଥିଲେ l ଆହତ କାଳିଆକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ସୁସ୍ଥହେବାପରେ ତାକୁ ଗିରଫ କରାଯାଇଥବା ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଥିଲେ । ଏନକାଉଣ୍ଟର ସ୍ଥଳରୁପୋଲିସ ଗୋଟିଏ ପଲସର ବାଇକ ସହ ଏକ ପିସ୍ତଲ ଜବତ କରିଛି । ପୁରୁଷୋତ୍ତମପୁର ଅଞ୍ଚଳରେ ପୋଲିସ ର ଏହାହେଉଛି ପ୍ରଥମ ଏନ କାଉଣ୍ଟର କେସ । ଉପରକୁ ସାଧା ସରଳ ଦେଖାଯାଉଥିବା ଆଇ ଆଇସି ଅପରାଧୀ ମାନଙ୍କ ପାଇଁ ବହୁତ କଠୋର ହୋଈ ପାରନ୍ତି ତାର ନମୁନା ଆଜି ଜନ ସାଧାରଣ ଜାଣି ପାରିଲେ । ତାଙ୍କର ଏହି ଅପରାଧୀ ଦମନ ପାଇଁ ପୁରୁଷୋତ୍ତମ ପୁର ସହର ଠାରୁ ସବୁ ସ୍ଥାନରୁ ଶୁଭେଚ୍ଛା ଓ କୃତଜ୍ଞତା ର ସୁଅ ଛୁଟୁଛି ।

