Homelocal"ତେନ୍ତୁଳୀଖୁଣ୍ଟି ଓ ବାନ୍ଦୁପଲା ଠାରେ 'ବିଶ୍ୱ ପରିବେଶ ଦିବସ' ପାଳିତ

“ତେନ୍ତୁଳୀଖୁଣ୍ଟି ଓ ବାନ୍ଦୁପଲା ଠାରେ ‘ବିଶ୍ୱ ପରିବେଶ ଦିବସ’ ପାଳିତ

ମୁରିବାହାଲ, (୬/୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ହଲଦି ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ତିଖାରୀ ସଂରକ୍ଷିତ ଜଙ୍ଗଲ ପରିସରରେ ଏବଂ ବାନ୍ଦୁପଲା ପଞ୍ଚାୟତ କାର୍ଯାଳୟ ପରିସରରେ ଶୁକ୍ରବାର “ବିଶ୍ୱ ପରିବେଶ ଦିବସ” ପାଳିତ ହୋଇଯାଇଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ପରିବେଶର ସନ୍ତୁଳନ ରକ୍ଷା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବନ ବିଭାଗ ପକ୍ଷରୁ ଫରେଷ୍ଟର ଧ୍ରୁବ ଚରଣ ବଗର୍ତ୍ତୀଙ୍କ,ଜଙ୍ଗଲ ସୁରକ୍ଷା କମିଟି ସଭାପତି କୀର୍ତ୍ତନମଣି ଯାନୀ, ଗିରିଧାରୀ ବାଗ, ବୈକୁଣ୍ଠ ପୁଟେଲ, ବୈକୁଣ୍ଠ ବାଗ, ଜଗଦିଶ ଦାସ, ଉଷାବତୀ ଦାସ, ବିନ୍ଦୁଲତା ଯାନୀ,ଫରେଷ୍ଟ ଗାର୍ଡ ଅଜିତ ବେହେରା, ଧରିତ୍ରୀ ବାରିକ, ନିଲୁ ବରିହା, ପାରା ସ୍କ୍ୱାଡ୍‌ ର ସଦସ୍ୟମାନେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ ।

ଏହି ଅବସରରେ ତେନ୍ତୁଳିଖୁଣ୍ଟି ଗ୍ରାମର ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ଜଙ୍ଗଲର ସୁରକ୍ଷା ପାଇଁ ସଂକଳ୍ପ ନେବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।” ଏହି ଅବସରେ ଜଙ୍ଗଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ସେହିପରି ମୁରିବାହାଲ ରେଞ୍ଜ ଗୁଡିଘାଟ ସେକ୍ସନ ବାନ୍ଦୁପଲା ପଞ୍ଚାୟତ କାର୍ଯାଳୟ ପରିସରରେ “ବିଶ୍ୱ ପରିବେଶ ଦିବସ ” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ,ଗୁଡିଘାଟ ଫରେଷ୍ଟର ସତ୍ୟମ ମହାନ୍ତି, ଫରେଷ୍ଟଗାର୍ଡ ସଂନ୍ତୋଷ କୁମାର ଶିକା, ପଞ୍ଚାୟତ ଷ୍ଟାଫ ପ୍ରମୁଖ ସାମିଲ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments