Homelocalଗ୍ରାମ ଦେବୀଙ୍କ ଘଣ୍ଟ ପର୍ବରେ ଲାଗିଥିବା ବ୍ୟାନର ପୋଷ୍ଟରକୁ ନେଇ ବିବାଦ

ଗ୍ରାମ ଦେବୀଙ୍କ ଘଣ୍ଟ ପର୍ବରେ ଲାଗିଥିବା ବ୍ୟାନର ପୋଷ୍ଟରକୁ ନେଇ ବିବାଦ

ରାୟଗଡା, (୦୬/୦୬) : ଆପ୍ର : ରାୟଗଡା ସହରରେ ମେନ୍ ରୋଡ଼ରେ ଚାଲିଥିବା ମା ଗ୍ରାମ ଦେବୀଙ୍କ ଘଣ୍ଟ ପର୍ବରେ ବ୍ୟାନର ଓ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି ।

ଚଳିତ ମାସ ଜୁନ୍ ୦୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପର୍ବ ଚଳିତ ମାସ ୧୦ ତାରିଖରେ ଉଦଯାପନ ହେବ । କିନ୍ତୁ, ଏହି ଘଣ୍ଟ ପର୍ବରେ ମଣ୍ଡପ ଠାରେ ଦେଖିବାକୁ ମିଳିଛି ପାଞ୍ଚ ଜଣ ପିଲାଙ୍କ ବ୍ୟାନର ପୋଷ୍ଟରକୁ ନେଇ ବିବାଦ ଦେଖା ଦେଇଛି । କାରଣ; ଲାଗିଥିବା ଏହି ପୋଷ୍ଟରରେ ମା ଗ୍ରାମ ଦେବୀଙ୍କ ଫୋଟ ଚିତ୍ର କମ୍ ଦେଖାଯାଉଛି, ଏବଂ ପାଞ୍ଚ ଜଣ ପିଲାଙ୍କ ଫୋଟ ବଡ ବଡ ଆକାରରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଥିବା ଯୁବକ ମାନେ ଓ କିଛି ସ୍ଥାନିୟ ଲୋକ ପ୍ରଶ୍ନ କରିଛନ୍ତି ଯେ, ଏହି ପାଞ୍ଚ ଜଣ କମିଟି ସଦସ୍ୟ ନା, ଅଧିକ ମାତ୍ରାରେ ଚାନ୍ଦା ଦେଇଛନ୍ତି ପର୍ବ ପାଳନ ପାଇଁ…? କିମ୍ବା ଏହି ମାନେ ପୁଜା କମିଟିର ସଭାପତି ନା ସମ୍ପାଦକ । ଯଦି ଏହିଭଳି ପୂଜା ପର୍ବ ଗୁଡିକରେ ବ୍ୟକ୍ତିଗତ ଫୋଟ ଲାଗିବ, ତେବେ ଏହା ପଛରେ ନିଜର ଦବଦବା ଦେଖାଇବା ପାଇଁ ଲଗାଯାଇଛି କି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ରାୟଗଡା ସହର ଗ୍ରାମଦେବୀଙ୍କ ପୂଜା ବିବରଣୀ କିମ୍ବା କେଉଁଦିନ କେଉଁ କାର୍ଯ୍ୟକ୍ରମ ରହିବ ତାହାର କୌଣସି ବିବରଣୀ ନାହିଁ। ରାୟଗଡ଼ ଜିଲ୍ଲାର ପ୍ରମୁଖ ପର୍ବ ଗ୍ରାମଦେବୀ ଘଣ୍ଟ ପର୍ବ । ମା ଗ୍ରାମଦେବୀଙ୍କ ପର୍ବ ପାଳନରେ ସାସ୍କୃତିକ କାର୍ଯ୍ୟକ୍ରମ ସୂଚନା, ପୂଜା ବିବରଣୀ କିମ୍ବା କମିଟି ସଦସ୍ୟ ମାନଙ୍କ ବ୍ୟାନର ପୋଷ୍ଟର ଲାଗିବା ଉଚିତ୍ ।

କିନ୍ତୁ, କିଛି ପିଲାଙ୍କ ପୋଷ୍ଟର ଲାଗିବା ଦ୍ୱାରା ସ୍ଥାନୀୟ ଯୁବକ ମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ପର୍ବ ପାଳନରେ ୫ଜଣ ଯୁବକଙ୍କ ପୋଷ୍ଟର ଲଗାଇ ସ୍ଥାନୀୟ ଯୁବକ ମାନଙ୍କୁ ଅଣଦେଖା କରାଯାଉଛି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତିଶିଘ୍ର ଏହି ପୋଷ୍ଟର ଏଠାରୁ ହଟାଇ ମା ଗ୍ରାମଦେବୀ ଘଣ୍ଟ ପର୍ବ ପାଳନର ଜିଲ୍ଲା ବାସୀଙ୍କୁ ଶୁଭେଛା ବାର୍ତ୍ତା ଭଳି ବ୍ୟାନର, ପର୍ବ ପାଳନର କାର୍ଯ୍ୟସୁଚି, ସାଂସ୍କୃତିକ କାର୍ଯ୍ୟକ୍ରମର ବିବରଣୀ ଏବଂ ବର୍ତ୍ତମାନ ଥିବା ପରିଚାଳନା କମିଟି ସଦସ୍ୟ ମାନଙ୍କ ନାମ ଏବଂ ଫୋନ୍ ନମ୍ବର ଲେଖାଯାଉ ବୋଲି ସାଧାରଣରେ ଦାବୀ ହେଉଛି । ଏ ନେଇ ପରିଚାଳନା କମିଟି ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments