Homelocalସ୍ୱାସ୍ଥ୍ୟ ସେବା ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ : ନିର୍ମାଣ, ଅଗ୍ନି ସୁରକ୍ଷା, ଆୟୁଷ୍ମାନ କାର୍ଡ...

ସ୍ୱାସ୍ଥ୍ୟ ସେବା ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ : ନିର୍ମାଣ, ଅଗ୍ନି ସୁରକ୍ଷା, ଆୟୁଷ୍ମାନ କାର୍ଡ ଓ ମାତୃ-ଶିଶୁ ମୃତ୍ୟୁ ହ୍ରାସ ନେଇ ସମୀକ୍ଷା ବୈଠକ 

ସୁବର୍ଣ୍ଣପୁର, (୦୫/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକର ନିର୍ମାଣ କାର୍ଯ୍ୟ, ଫାୟାର ଫାଇଟିଂ ଅଡିଟ୍, ଆୟୁଷ୍ମାନ କାର୍ଡ ସମ୍ପର୍କିତ ଅଭିଯୋଗ, ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ ପାଇଁ ସ୍ୱତନ୍ତ୍ର ବୈଠକ ତଥା କୋଟପା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଡ. ନୃପରାଜ ସାହୁ ସମସ୍ତ ବୈଠକରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ବିଭାଗୀୟ କର୍ମଚାରୀ ଏବଂ ଜିଲ୍ଲାର ଅନ୍ୟାନ୍ୟ ବିଭାଗର ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଅଗ୍ନି ସୁରକ୍ଷା ଅଧିକାରୀ ଭବେନ୍ଦ୍ର ନାଥ ଦେ ଏବଂ ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ୱାସ୍ଥ୍ୟ ବିଭାଗର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପ କେନ୍ଦ୍ରଗୁଡ଼ିକର ପରିଦର୍ଶନ କରି ସେଗୁଡ଼ିକୁ ଆସନ୍ତା ୧୨ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଫାୟାର ଫାଇଟିଂ ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟକୁ ଅନୁମୋଦନ ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।

କୋଟପା ଅଧୀନରେ ତମାଖୁମୁକ୍ତ ଜିଲ୍ଲା ଗଠନ ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଯାଇଥିଲା। ମାତୃ ଓ ଶିଶୁ ମୃତ୍ୟୁ ରୋକିବା ପାଇଁ ଡାକ୍ତର, ସ୍ୱାସ୍ଥ୍ୟ କର୍ମକର୍ତ୍ତା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କର୍ମକର୍ତ୍ତାମାନେ ମିଳିତ ଭାବେ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସେହିପରି ଆୟୁଷ୍ମାନ କାର୍ଡ ବିତରଣ ପ୍ରକ୍ରିୟାକୁ ଅଧିକ କ୍ଷିପ୍ର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକଗୁଡ଼ିକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସ ପରିଚାଳନା କରିଥିଲେ। ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସମସ୍ତ ବ୍ଲକର ମହିଳା ଓ ଶିଶୁ ବିକାଶ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments