ଭୁବନେଶ୍ୱର, (୧୪/୧୧) : ଆପ୍ର : ଆଜି ନଭେମ୍ବର ୧୪ ତାରିଖରେ ପାଳିତ ହେଉଛି ବିଶ୍ୱ ମଧୁମେହ ଦିବସ । ଏହି ଅବସରରେ କିମ୍ସ ପକ୍ଷରୁ ଏକ ସଚେତନତା ମାରାଥନ୍ ଆୟୋଜନ କରାଯାଇଛି ।
କିମ୍ସ ପରିସରରୁ ଆରମ୍ଭ ହୋଇଥିବା ଏହି ମାରାଥନ୍ କିଟ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ଚଳିତ ବର୍ଷ ବିଶ୍ୱ ମଧୁମେହ ଦିବସର ଥିମ୍ ରହିଛି ‘Early Action on Diabetes’ । ମଧୁମେହର ଶୀଘ୍ର ଚିହ୍ନଟ, ଠିକ୍ ସମୟରେ ଚିକିତ୍ସା ଏବଂ ଏହାର ବିପଦକୁ ହ୍ରାସ କରିବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଇଛି । ମଧୁମେହ ଭଳି ଜୀବନଶୈଳୀଜନିତ ରୋଗ ପ୍ରତି ଲୋକଙ୍କୁ ସଚେତନ କରିବା ସହ ନିୟମିତ ଶାରୀରିକ ବ୍ୟାୟାମ, ଚାଲିବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବାର ବାର୍ତ୍ତା ଦେବା ଏହି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ତେବେ ସମାଜରେ ବର୍ତ୍ତମାନ ମଧୁମେହର ସମସ୍ୟା ଖୁବ୍ ଜଲଦି ବୃଦ୍ଧି ପାଇବାରେ ଲାଗିଛି । ବଦଳୁଥିବା ଜୀବନଶୈଳୀ,କମ ବ୍ୟାୟାମ ଏବଂ ଖାଦ୍ୟ ପାନୀୟରେ ସମସ୍ୟା କାରଣରୁ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଇଣ୍ଟରନାସନାଲ ଡାଇବେଟୀଜ ଫାଉଣ୍ଡେସନ ଅନୁସାରେ ୭ କୋଟିରୁ ଅଧିକ ଭାରତୀୟ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଯଦି ସମୟ ଭିତରେ ଏହାର ଚିକିତ୍ସା ନ କରାଯାଏ ତେବେ ଏହାର ପ୍ରଭାବରୁ ଆହୁରି ଅନେକ ରୋଗ ମଧ୍ୟ ହୋଇଥାଏ । ଯଥା,କ୍ରୋନିକ କିଡନୀର ବିଫଳତା,ଚକ୍ଷୁ ସମସ୍ୟା,ହ୍ରୁଦୟ ରୋଗ,ସ୍ଟ୍ରୋକରେ ସମସ୍ୟା ଇତ୍ୟାଦି । କିନ୍ତୁ ଯଦି ଆପଣ ସମୟ ଭିତରେ ଏହାକୁ ଧ୍ୟାନ ଦିଅନ୍ତି ତାହେଲେ ଏଥିରୁ ମୁକ୍ତି ପାଇପାରିବେ ।

