ରାଜନଗର, (୧୪/୧୧) : ଆପ୍ର : ଗହୀରମଥାରୁ ୯ ମତ୍ସ୍ୟଜୀବୀ ଗିରଫ । ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା ବାବୁବାଲି ଦୀପ ନିକଟରେ ବେଆଇନ ଭାବେ ଟ୍ରଲର ମାଛ ଧରୁଥିବା ବେଳେ ବନବିଭାଗର ଚଢାଉ ।
ଚଢାଉରେ ଗୋଟିଏ ଟ୍ରଲର ଜବତ ସହ ୯ଜଣ ମତ୍ସ୍ୟଜୀବୀ ଙ୍କୁ ଗିରଫ କରାଯାଇଛି । ଟ୍ରଲରରୁ ଜାଲ, ମାଛ ସହ VHF ମଧ୍ୟ ଜବତ କରାଯାଇଛି । ବିରଳ ଅଲିଭ ରିଡିଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗହିରମାଥା । ଅଲିଭ ରିଡିଲେ ସୁରକ୍ଷା ପାଇଁ ସମୁଦ୍ରକୂଳରୁ ୨୦କିମି ପର୍ଯ୍ୟନ୍ତ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଛି । କିଛି ଅମାନିଆ ଟ୍ରଲର ନିୟମକୁ ଫୁ କରି ମାଛ ଧରୁଥିବାରୁ ବନବିଭାଗ ଟ୍ରଲରକୁ ଜବତ କରିବା ସହ ୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ ପରେକୋର୍ଟଚାଲାଣ କରିଛି ।
ସୂଚନା ଥାଉକି, ପ୍ରକୃତିର ଅନନ୍ୟ ବରଦାନ ହେଉଛି ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛ । ଶୀତଦିନ ଆରମ୍ଭ ହେଲେ ହଜାର ହଜାର ମାଇଲ ଦୂରରୁ ଓଡିଶା ଉପକୂଳକୁ ଛୁଟି ଆସିଥାନ୍ତି । ପ୍ରତିବର୍ଷ ଏହି କଇଁଛମାନେ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶିରୁ ଓଡିଶା ଉପକୂଳକୁ ଆସି ଅଣ୍ଡା ଦେଇ ଚାଲି ଯାଆନ୍ତି । ତାପରେ ବାଲିରୁ ଆପେ ଆପେ ଛୁଆ ବାହାରି ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲି ଯାଆନ୍ତି । ହୁଏତ ପୁଣି ଏମାନେ ବଡ଼ ହୋଇ ଏଠାକୁ ଆସନ୍ତି ଅଣ୍ଡା ଦେବା ପାଇଁ । ସେହିଭଳି ଚଳିତ ବର୍ଷ ମଧ୍ୟ ବାଲିରୁ ଛୁଆ ବାହାରି ସମୁଦ୍ର ମୁହାଁ । ଅଲିଭ ରିଡଲେ କଇଁଛଙ୍କ ଏହି ପ୍ରାକୃତିକ କାର୍ଯ୍ୟ ଯୁଗ ଯୁଗର । ଯାହାର ରହସ୍ୟ ଭେଦିବାକୁ ଆଜି ପର୍ଯ୍ୟନ୍ତ ବି ସକ୍ଷମ ହୋଇ ନାହାନ୍ତି କୌଣସି ବିଶେଷଜ୍ଞ କିମ୍ବା ପ୍ରାଣୀ ବିଜ୍ଞାନୀ ।

