Homelocalଶିକ୍ଷକଙ୍କ ପାଇଁ ଖୁସି ଖବର, ୧୫ଟି ପ୍ରସ୍ତାବକୁ ମୋହନ ସରକାରଙ୍କ ମଞ୍ଜୁରୀ

ଶିକ୍ଷକଙ୍କ ପାଇଁ ଖୁସି ଖବର, ୧୫ଟି ପ୍ରସ୍ତାବକୁ ମୋହନ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ବର, (୧୪/୧୧) : ଆପ୍ର : ଶିକ୍ଷକଙ୍କ ଦାବି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି । ଅଶୋକ ତ୍ରିପାଠୀ କମିଟିର ସୁପାରିଶ ଆଧାରରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀ ସଂଘମାନଙ୍କର ବିଭିନ୍ନ ପ୍ରକାର ଦାବୀ ସମୂହର ଅନୁଶୀଳନ ନିମନ୍ତେ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟିର ସୁପାରିଶକୁ ସଂପୃକ୍ତ ବିଭାଗଦ୍ୱୟ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏ ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ୧୫ ଗୋଟି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନୂଆ ନିଷ୍ପତ୍ତି ଅନୁସାରେ ୨୦୧୩ ସରକାରୀ ବ୍ଲକ ଗ୍ରାଣ୍ଟର ଅନୁଦାନରୁ ବଞ୍ଚିତ ୧୯୪ଟି ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନଭୁକ୍ତ କରାଯିବ । ସରକାରୀ ସ୍କୁଲରେ ପାର୍ଟ-ଟାଇମ୍ କଳା, ସଂଗୀତ ଓ କ୍ରୀଡ଼ା ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି ହେବ । ୬ ବର୍ଷ ପୂରଣ କରି ୨୦୨୨ ମସିହାରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ TGT ଓ PET ଶିକ୍ଷକମାନଙ୍କୁ ବକେୟା ଦରମା ପ୍ରଦାନ କରାଯିବ । ପ୍ରାଥମିକ ଶିକ୍ଷକମାନଙ୍କର ନିୟମିତ ପଦୋନ୍ନତି ହେବ ।

୨୦୧୬ରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କୁ ନିୟମିତ କରାଯିବ । ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ ଗୁଡ଼ିକରେ ନିୟମିତ ଶିକ୍ଷକ ନିଯୁକ୍ତି କରାଯିବ ।.ସରକାରୀ ବିଦ୍ୟାଳୟରେ ଚାକିରୀ କରିଥିବା କ୍ଲାସିକାଲ୍ ଶିକ୍ଷକମାନଙ୍କୁ TG) ଶିକ୍ଷକ ଯୋଗ୍ୟତା ସାରଣୀରେ ଅନ୍ତର୍ଭୁକ୍ତ କରାଯିବ । ପୂର୍ଣ୍ଣ ଅନୁଦାନପ୍ରାପ୍ତ ମଧ୍ୟମା ସଂସ୍କୃତ ଟୋଲ୍ ରେ ଶିକ୍ଷକ ମୁତୟନ କରାଯିବ । ଧନ୍ଦାମୂଳକ ପ୍ରଶିକ୍ଷକଙ୍କୁ ନିୟମିତ ଭାଗରେ ବେତନ ପ୍ରଦାନ କରାଯିବ । ଓଡିଶା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ଅଧିକ ଯୋଗ୍ୟତା ହାସଲ କରିବାକୁ ସୁଯୋଗ ଦିଆଯିବ । ଆଦର୍ଶ ବିଦ୍ୟାଳୟର ସମସ୍ତ ଆବାସିକ ଛାତ୍ରାବାସକୁ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରାଯିବ । ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ନିୟମିତ ଦରମା ପାଇବାର ବ୍ୟବସ୍ଥା ହେବ ।

ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କର ପିଲାମାନଙ୍କୁ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ବ୍ୟବସ୍ଥା କରିଯିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ TGT ଶିକ୍ଷକ ମାନଙ୍କର ପୂର୍ବ ଚାକିରିର ଗଣତି ଓ ବେତନର ସୁରକ୍ଷା କରାଯିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ AI ଓ Robotics ପରୀକ୍ଷାଗାର ଖୋଲିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ଯ ବୈଠକରେ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ପେନସନ୍ ଦାବୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଯେହେତୁ ଏହା ବର୍ତ୍ତମାନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସକ୍ରିୟ ବିଚାରାଧିନ ଅଛି, ତେଣୁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପ୍ରାପ୍ତି ହେବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments