ଗଞ୍ଜାମ, (୨୧/୦୬) : ଆପ୍ର : : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ଜାତୀୟ ରାଜପଥ ପାର୍ଶ୍ବରେ ରହିଥିବା ଯାତ୍ରୀ ବିଶ୍ରାମ ଗାର ବିପଦ ସଂକୁଳ ଅବସ୍ଥାରେ ରହିଛି ।
ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ବୟସ୍କ ବ୍ୟକ୍ତି ଏବଂ ସ୍ଥାନୀୟ ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ । ଏଥି ପ୍ରତି କାହାର ନଜର ପଡ଼ୁନାହିଁ । ଫଳରେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି । ସୂଚନା ଯୋଗ୍ୟ, ସୁବଳୟା ଗ୍ରାମରେ ରହିଛି ଏକ ଉଚ୍ଚ ବିଦ୍ୟାଳୟ ଏବଂ ଗୋଟିଏ ମହାବିଦ୍ୟାଳୟ। ଫଳରେ ବିଭିନ୍ନ ଅଞ୍ଚଳରୁ ଅନେକ ଛାତ୍ରଛାତ୍ରୀମାନେ ପଢିବା ପାଇଁ ଆସିଥାନ୍ତି ।
ସେମାନେ ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିବାକୁ ପଡେ ଯାତ୍ରୀ ବିଶ୍ରାମଗାର ଉପରେ । ରହିଥିବା ବିଶ୍ରାମଗାର ନିକଟରେ ରହିଛି ବିରାଟ ଗର୍ତ୍ତ। ଭୁଲ ବଶତଃ କିଏ ପଡ଼ିଯିବ ତାହେଲେ ଆହତ ହେବାଟା ଥୟ। ସମସ୍ୟାର ସମାଧାନ ତୁରନ୍ତ କରିବାକୁ ସାଧାରଣ ରେ ଦାବୀ ହେଉଛି । ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି ।

