ଶିଶୁର ମୃତ୍ୟୁ ଯୋଗୁଁ ରାସ୍ତାରୋକ

Date:

Share post:

ଭବାନୀପାଟଣା, (୨୧/୦୬) : ଆପ୍ର : ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଚିକିତ୍ସିତ ହେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର ସମୟରେ ଜଣେ ଶିଶୁର ମୃତ୍ୟୁ ଘଟିଛି ।

ଚିକିତ୍ସା ଅବହେଳାରୁ ଶିଶୁଟି ର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ ଧର୍ମଗଡ ବ୍ଲକ୍ ତେଣ୍ଡାପାଲି ପଂଚାୟତ ସତାଗୋହିରା ଗାଁ’ର ଟିକଚନ ଦୁର୍ଗା ଙ୍କ ପୁଅ ଶ୍ରୀୟାଂଶୁ ଦୁର୍ଗା (୩) ଙ୍କୁ ଆଜି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହେଲେ ସମ୍ପୃକ୍ତ ରୋଗୀ ଙ୍କୁ ରକ୍ତ ଦିଆନଯିବା, ଚିକିତ୍ସାରେ ଅବହେଳା କରାଯିବା ଆଦି ଅଭିଯୋଗରେ ପରିବାର ଲୋକେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ରାସ୍ତାରୋକ କରିଛନ୍ତି ।

ଏନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡଃ ସଦାନନ୍ଦ ପାଣିଗ୍ରାହୀ ଙ୍କୁ ପଚାରିବାରୁ ସମ୍ପୃକ୍ତ ଶିଶୁ ଙ୍କୁ ଅତି ମୁମୂର୍ଷ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରବଳ ଜ୍ୱର ତଥା ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବାରୁ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଦୁର୍ଭାଗ୍ୟକୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଲା ବୋଲି “ସମାଜ” କୁ ପ୍ରତିକ୍ରିୟାରେ କହିଥିଲେ । ଏପରିକି ଜ୍ୱର ଥିବାରୁ ରକ୍ତ ଦେବା ସମ୍ଭବ ହେଇନଥିବା ଡାକ୍ତର ମତାମତ ଦେଇଥିଲେ ବୋଲି ଡଃ ପାଣିଗ୍ରାହୀ ସୂଚନା ଦେଇଥିଲେ । ଖବର ଲେଖାଯିବା ବେଳକୁ ରାସ୍ତାରୋକ ଅବ୍ୟାହତ ରହିଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...