Homelocalବିନିକା ମହାନଦୀରେ କୁମ୍ଭୀର

ବିନିକା ମହାନଦୀରେ କୁମ୍ଭୀର

ସୁବର୍ଣ୍ଣପୁର, (୧୩/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ମହାନଦୀ ବ୍ରିଜ ତଳେ ଏକ ୬ ଫୁଟିଆ ଘଡିଆଳି କୁମ୍ଭୀର ପାଣି ଭିତରେ ଥିବା ଦେଖିବାକୁ ମିଳିଛି ।WhatsApp Image 2026 11 13 at 22.16.44

ତେବେ କୁମ୍ଭୀରଟି ପ୍ରାୟ ୫ ରୁ ୬ ଫୁଟ ଦେବ ବୋଲି ଅନୁମାନ କରାଯାଇଛି । କୁମ୍ଭୀର କୁ ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି । ବିନିକା ଅଞ୍ଚଳର ଅଧିକାଂଶ ଲୋକ ମହାନଦୀକୁ ଗାଧୋଇବା, ଶୌଚ ହେବା ପାଇଁ ଯାଇଥାନ୍ତି । ମହାନଦୀ ହେଉଛି ବିନିକା ଅଞ୍ଚଳର ଜୀବନଧାରା ।ନଦୀରୁ ମାଛ ମାରି ନିଜର ଜୀବିକା ନିର୍ବାହ କରୁଥିବା ମସ୍ୟଜୀବି ଧୀବର, କେଉଟମାନେ ପତ୍ୟହ ମାଛ ମାରିବାକୁ ଯାଇଥାନ୍ତି । କୁମ୍ଭୀର ଆସିଥିବା ଖବର ଶୁଣୀ ମସ୍ୟଜୀବୀମାନେ ଭୟଭୀତ ଅଛନ୍ତି । ମହାନଦୀରେ କୁମ୍ଭୀରକୁ ଦେଖି ବିନିକା ଅଞ୍ଚଳରେ ଭୟର ବାତାବରଣ ଖେଳେଇ ଯାଇଛି । ଏପଟେ ଖବର ପାଇଁ ବିନିକା ବନ ବିଭାଗ ପହଂଚି କୁମ୍ଭୀରର ଗତିବିଧି ଉପରେ ନଜର ରଖିବା ସହିତ ଏହା ଏକ ଘଡ଼ିଆଳ କୁମ୍ଭୀର ଏହି କୁମ୍ଭୀର କେବଳ ମାଛ ଖାଇଥାଏ, ଲୋକଙ୍କୁ କିଛି କ୍ଷତି କରେ ନାହିଁ । ସେଥିପାଇଁ ଭୟଭୀତ ହେବାର କିଛି ନାହିଁ । ତଥାପି ସମସ୍ତେ ସତର୍କତା ସହିତ ନଦୀକୁ ଯିବାପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳବାସୀ ଓ ବିଶେଷ କରି ମସ୍ୟଜୀବିଙ୍କୁ ନଦୀକୁ ମାଛ ମାରି ନ ଯିବା ପାଇଁ ସଚେତନ କରୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments