Homebreaking news୧ କ୍ୱିଣ୍ଟାଲ ୭୨ କେଜି ଗଞ୍ଜେଇ ସହ ବ୍ୟବହୃତ ଗାଡି ଜବତ, ୬ ଅଭିଯୁକ୍ତ ଗିରଫ

୧ କ୍ୱିଣ୍ଟାଲ ୭୨ କେଜି ଗଞ୍ଜେଇ ସହ ବ୍ୟବହୃତ ଗାଡି ଜବତ, ୬ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର, (୧୩/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ଭାବେ ଧରପଗଡ଼ ଓ ଚଢ଼ାଉ ହେବା ସତ୍ତ୍ୱେ କମୁ ନାହିଁ ଚୋରା ଗଞ୍ଜେଇ କାରବାର ।WhatsApp Image 2026 11 13 at 22.11.42

ପଡୋଶୀ ବୌଦ୍ଧ ଜିଲ୍ଲା ରୁ ଏହି (ସୁବର୍ଣ୍ଣପୁର) ଜିଲ୍ଲା ଦେଇ ବ୍ୟାପକ ଗଞ୍ଜେଇ ଚୋରା ଚାଲାଣ ହେଉଛି ରାଜ୍ୟ ର ବିଭିନ୍ନ ସ୍ଥାନକୁ । ମାଫିଆ ମାନେ ଚୋରା ଗଞ୍ଜେଇ ରାଜ୍ୟ ବାହାରକୁ ମଧ୍ୟ ବିଭିନ୍ନ ଉପାୟ ରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତା ର ପିପିଲିକାନି ଛକ ନିକଟ ରେ ଉଲୁଣ୍ଡା ପୁଲିସ ଟିମ ଚଢ଼ାଉ କରି କାର ସହ ଗଞ୍ଜେଇ ଜବତ କରିଛନ୍ତି । ଗଞ୍ଜେଇ ଚୋରା ଚାଲାଣ ଘଟଣା ରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଗୁରୁବାର ଦିନ (ତା ୧୨.୧୧.୨୦୨୬ )ସନ୍ଧ୍ୟା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସପି ଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଉଲୁଣ୍ଡା ସମ୍ମୁଖରେ ଗାଡ଼ି ଯାଞ୍ଚ ଓ ନାକାବନ୍ଦୀ କରାଯାଇଥିଲା ।

ବୌଦ୍ଧ ପଟୁ ସମ୍ବଲପୁର ଅଭିମୁଖେ ଦୁଇଟି ଗାଡ଼ିରେ (ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ କ୍ରେଟା କାର, ଯାହାର ପଞ୍ଜୀକରଣ ନମ୍ବର OD-02-B-7916 ଏବଂ ଅନ୍ୟଟି ଧଳା ରଙ୍ଗର ମାରୁତି ଏର୍ଟିଗା କାର, ଯାହାର ପଞ୍ଜୀକରଣ ନମ୍ବର OD-15-Y-9958), ପୁଲିସ ଟିମ କୁ ଦେଖି ଉକ୍ତ ସନ୍ଦିଗ୍ଧ ଗାଡ଼ି ଦୁଇଟି ଉଲୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ହଠାତ୍ ପଛକୁ ବୁଲାଇ ସୋନପୁର ଅଭିମୁଖେ ଖସିଯିବାକୁ ଚେଷ୍ଟା କରିଥିଲେ । ଏହାପରେ ଉଲୁଣ୍ଡା ଥାନା ର ପୁଲିସ ଟିମ ଉକ୍ତ ଗାଡ଼ି ଦୁଇଟିକୁ ପିଛା କରିଥିଲେ । ସନ୍ଧ୍ୟା ପ୍ରାୟ ୬.୩୦ ଘଣ୍ଟା ସମୟରେ ପିପିଲିକାନି ନିକଟରେ ଜେଆରପି କ୍ୟାମ୍ପ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଉଲୁଣ୍ଡା ଥାନା ଅଞ୍ଚଳ ଅଧୀନରେ ଧଳା ରଙ୍ଗର ହୁଣ୍ଡାଇ କ୍ରେଟା କାର ନମ୍ବର OD-02-B-7916 କୁ ଅଟକାଯାଇଥିଲା । ଉକ୍ତ ଗାଡ଼ି ମଧ୍ୟରେ ଦୁଇ ଜଣ ବ୍ୟକ୍ତି ଥିଲେ, ଯେଉଁମାନଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଏବଂ ଅନ୍ୟ ଜଣେ ସହଯାତ୍ରୀ ଥିଲେ ।WhatsApp Image 2026 11 13 at 22.11.43

ଏହି ସମୟରେ ପୁଲିସ ଟିମ ଉପରୋକ୍ତ ଗଞ୍ଜେଇ ଗାଡିକୁ ପାଇଲଟିଙ୍ଗ କରୁଥିବା ଏର୍ଟିଗା କାରକୁ ମଧ୍ୟ ପିଛା କରିଥିଲେ । ଦୀର୍ଘ ସମୟ ଧରି ପିଛା କରିବା ପରେ ଉକ୍ତ ଏର୍ଟିଗା କାରକୁ ମଧ୍ୟ ଅଟକାଯାଇଥିଲା । ଏର୍ଟିଗା କାରରେ ଥିବା ବ୍ୟକ୍ତିମାନେ ଗଞ୍ଜେଇ ବୋଝେଇ ହୁଣ୍ଡାଇ କ୍ରେଟା କାରକୁ ଏସକର୍ଟ କରି ନେଉଥିବା ପ୍ରକାଶ କହିଥିଲେ । ଉକ୍ତ ଏର୍ଟିଗା କାରରେ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ ନିମନ୍ତେ ଘଟଣାସ୍ଥଳକୁ ଅଣାଯାଇଥିଲା । ଉକ୍ତ କ୍ରେଟା ଗାଡି କୁ ଯାଞ୍ଚ କରିବା ସମୟରେ ସେଥିରୁ ସମୁଦାୟ ୧୭୧ କିଲୋଗ୍ରାମ ୯୯୦ ଗ୍ରାମ ଓଜନର ଗଞ୍ଜେଇ ଉଦ୍ଧାର କରାଯାଇ ଜବତ କରାଯାଇଥିଲା ।

ଏ ନେଇ ଉଲୁଣ୍ଡା ପୁଲିସ ଥାନା କେସ ନମ୍ବର- 222/13/11/2026 U/s- 20(b)(ii)/(c)/25/29 NDPS Act ରେ ଏକ ମାମଲା ରୁଜୁ କରାଯାଇଛି । ଏହି ମାମଲା ରେ ଝାରଖଣ୍ଡ ରାଜ୍ୟ ର ପୂର୍ଵ ସିଂହଭୂମି ଜିଲ୍ଲା ସୁନାରି ଥାନା ଜାମସେଦପୁର ବୁଦ୍ଧରାମ ବସ୍ତି ର ମହେଶ କୁମାର ଙ୍କ ପୁତ୍ର ଲଳିତ କୁମାର (୨୯), ଜାମସେଦପୁର ନିର୍ମଲ ନଗର ସ୍ବର୍ଗତ ପ୍ରେମଲାଲ ଙ୍କ ପୁତ୍ର ଡ୍ରାଇଭର ସୁମିତ କୁମାର (୩୫), ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଡ଼ିମିରିପାଲି ଗ୍ରାମର ଯାଦୁନାଥ ସେଠୀ ଙ୍କ ପୁତ୍ର ( ସହଯୋଗୀ ଡ୍ରାଇଭର) ସନତ କୁମାର ସେଠୀ ( ୪୩),ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଗଡ଼ିଆ ( ରକ୍ସା ) ଗ୍ରାମର ବାହାଦୁର ପଧାନ ଙ୍କ ପୁତ୍ର ସନ୍ତୋଷ ପଧାନ (୩୨),ତବଡ଼ା ଗ୍ରାମର ପଞ୍ଚା ମେଣ୍ଡିଲି ଙ୍କ ପୁତ୍ର କୈଳାଶ ମେଣ୍ଡିଲି (୩୧)ଓ ଝାରଖଣ୍ଡ ରାଜ୍ୟ ର ସରେଇକେଲା ଜିଲ୍ଲା ଅଦିତପୁର ଥାନା ଅନ୍ତର୍ଗତ ସହରବେରା ଗ୍ରାମର ବିଶେଶ୍ୱର ସିଂହ ଙ୍କ ପୁତ୍ର ଶ୍ରବଣ ଯାଦବ ( ୨୮) ଙ୍କୁ ଗିରଫ କରାଯାଇଛି । ସମସ୍ତ ୦୬ ଜଣ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କରାଯାଇ କୋର୍ଟ କୁ ଚାଲାଣ କରାଯାଇଥିବା ଆଜି ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ । ଏହି ସାମ୍ବାଦିକ ସମ୍ବିଳନୀ ରେ ଅନ୍ୟ ପୁଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments