Homecrimeବିନିକା ର ବିଦ୍ୟୁତ ବିଭାଗ ପୂର୍ବତନ କନିଷ୍ଟ ଯନ୍ତ୍ରୀ ତଥା ରାଉରକେଲା ବିଦ୍ୟୁତ୍ ବିଭାଗ ର...

ବିନିକା ର ବିଦ୍ୟୁତ ବିଭାଗ ପୂର୍ବତନ କନିଷ୍ଟ ଯନ୍ତ୍ରୀ ତଥା ରାଉରକେଲା ବିଦ୍ୟୁତ୍ ବିଭାଗ ର ବର୍ତ୍ତମାନ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲାଞ୍ଚ ମାମଲାରେ ୪ ବର୍ଷ ଜେଲ

ସୁବର୍ଣ୍ଣପୁର, (୦୧/୧୧) : ଆପ୍ର : ଓଡ଼ିଶା ଭିଜିଲାନ୍ସ ଟିପିଡବ୍ଲୁଓଡିଏଲ ର ଏମଆରଟି ରାଉରକେଲା ସର୍କଲର ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଲାଞ୍ଚ ମାମଲାରେ ମାନ୍ୟବର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ସୂଚନା ରୁ ପ୍ରକାଶ ଯେ ଟିପିଡବ୍ଲ୍ୟୁଓଡିଏଲ୍ ରାଉରକେଲା ସର୍କଲର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ବେହୁରା ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗିରଫ ହୋଇଛନ୍ତି । ସେ ପୂର୍ବରୁ ସୁବର୍ଣ୍ଣପୁର ଜିଲା ବିନିକା ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଶ୍ରୀ ବେହୁରା ବର୍ତ୍ତମାନ ରାଉରକେଲା ସର୍କଲ୍‌ରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ପିସି ଆକ୍ଟ, ୧୯୮୮ ର ଧାରା ୧୩(୨) ସହ ପଠନୀୟ ୧୩(୧)(ଡି)/୭ ଅନୁଯାୟୀ ଏକ ମାମଲାରେ ଚାର୍ଜସିଟ୍ ହୋଇଥିଲେ । ସେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେ ଥିବାବେଳେ “ଜଳନିଧି ଯୋଜନା” ଅଧୀନରେ ଜଣେ ହିତାଧିକାରୀଙ୍କୁ ତାଙ୍କ ଚାଷ ଜମିରେ ଲଗାଯାଇଥିବା ମୋଟର ପମ୍ପ ପାଇଁ ଅସ୍ଥାୟୀ ବିଲ ବଦଳରେ ନିୟମିତ ବିଦ୍ୟୁତ ବିଲ ଯୋଗାଇ ଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ସେ ବଲାଙ୍ଗୀର ର ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ୪ ବର୍ଷର କାରାଦଣ୍ଡ ଓ ଜରିମାନାରେ ଦଣ୍ଡିତ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଭିଜିଲାନ୍ସ ବିଭାଗ ସମ୍ପୃକ୍ତ କ୍ଷମତା ପ୍ରାପ୍ତ କତୃପକ୍ଷ ଙ୍କୁ ପ୍ରସ୍ତାବ ପଠାଯାଇଛି । ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ର ପୂର୍ବତନ ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମିଶ୍ର ମାମଲାର ତଦନ୍ତ କରୁଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments