ସୁବର୍ଣ୍ଣପୁର, (୧୪/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ପ୍ରିନ୍ସିପାଳଙ୍କୁ ହତ୍ୟା ଧମକ । ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି ।
କିପରି ଶାନ୍ତି ଶୃଙ୍ଖଳାର ସହିତ ଛାତ୍ର ସଂସଦ ନିର୍ବାଚନ ହେବ ସେଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ବସିଛି ଜରୁରୀ ବୈଠକ । ଆଜି ସକାଳୁ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଅଭିଯୋଗ କରି ବିନିକା ସିଦ୍ଧାର୍ଥ କଲେଜର ଅଧକ୍ଷ ଙ୍କ ନାମରେ କଲେଜ ଫାଟକରେ ପ୍ରିନ୍ସିପାଲକୁ ହତ୍ୟା ଧମକ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିବା ସହିତ ପ୍ରିନ୍ସିପାଲ ଏଇ ଛାତ୍ର ସଂସଦ ନିର୍ବାଚନରୁ ଦୁରେଇ ନରହିଲେ ହତ୍ୟା କରାଯିବ ବୋଲି କଲେଜ ମୁଖ୍ୟ ଫାଟକରେ ଏକ ଧଳା ରଙ୍ଗର ଗାମୁଛାରେ ଧମକ ଦିଆଯାଇଛି । ତେବେ କିଏ ଓ କାହିଁକି ଏଭଳି ହତ୍ୟା ଧମକ ଦେଇଛି ତାହା କାରଣ ଅସ୍ପଷ୍ଟ ରହିଥିବା ବେଳେ କଲେଜକୁ ପୋଲିସ ପହଂଚି ପୋଷ୍ଟରକୁ ଜବତ କରି ଅଧିକ ତଦନ୍ତ ଜାରୀ ରଖିଥିଲା । ଏପଟେ ନିର୍ବାଚନ କିପରି ଶୃଙ୍ଖଳିତ ଭାବେ ହେବ ସେନେଇ ସମସ୍ତ ପ୍ରାର୍ଥୀଙ୍କୁ ନେଇ ଏକ ଜରୁରୀ ବୈଠକ କରାଯାଇଥିଲା ।

