Homelocalମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ କୁଷ୍ମାଣ୍ଡା ବେଶ : ଦେବୀପୀଠରେ ଭକ୍ତଙ୍କ ଭିଡ଼

ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ କୁଷ୍ମାଣ୍ଡା ବେଶ : ଦେବୀପୀଠରେ ଭକ୍ତଙ୍କ ଭିଡ଼

ସୁବର୍ଣ୍ଣପୁର, (୧୪/୧୦) : ଆପ୍ର: ଶାରଦୀୟ ନବରାତ୍ରୀର ଚତୁର୍ଥ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗା ଦେବୀ କୁଷ୍ମାଣ୍ଡା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।WhatsApp Image 2026 10 14 at 17.54.48 1

ତିନି ଦେବୀଙ୍କ ଏହି ଦିବ୍ୟ ବେଶ ଦର୍ଶନ ପାଇଁ ବିଭିନ୍ନ ଦେବୀପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ସମଗ୍ର ସହର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି । ପୌରାଣିକ ବିଶ୍ୱାସ ଅନୁସାରେ, ସୃଷ୍ଟିର ଆରମ୍ଭରେ ସମଗ୍ର ବ୍ରହ୍ମାଣ୍ଡ ଘନ ଅନ୍ଧକାରରେ ଆଚ୍ଛାଦିତ ଥିଲା । ସେହି ସମୟରେ ମା’ କୁଷ୍ମାଣ୍ଡା ନିଜର ମନ୍ଦ ହାସ୍ୟରେ ସୃଷ୍ଟିରେ ଆଲୋକ ସଞ୍ଚାର କରିଥିଲେ ବୋଲି ଧାର୍ମିକ ମାନ୍ୟତା ରହିଛି। ମା’ଙ୍କ ଏହି ସ୍ୱରୂପ ସୃଷ୍ଟି, ଶକ୍ତି, ଜୀବନ ଓ ଉତ୍ସାହର ପ୍ରତୀକ । ତାଙ୍କର ଅଷ୍ଟଭୁଜା ରୂପ ଓ ହସ୍ତରେ ଶୋଭା ପାଉଥିବା ବିଭିନ୍ନ ଆୟୁଧ ଦିବ୍ୟ ଶକ୍ତି ଓ ଧର୍ମରକ୍ଷାର ସନ୍ଦେଶ ପ୍ରଦାନ କରେ ।

ମା’ କୁଷ୍ମାଣ୍ଡାଙ୍କ ଆରାଧନା ମାଧ୍ୟମରେ ଭକ୍ତମାନେ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଶକ୍ତି ଲାଭ କରିବା ସହ ଦୁଃଖ ଓ ନିରାଶାରୁ ମୁକ୍ତି ପାଇଁ ପ୍ରାର୍ଥନା କରିଥାନ୍ତି। ଅନ୍ଧକାରରୁ ଆଲୋକ, ନିରାଶାରୁ ଆଶା ଏବଂ ଦୁର୍ବଳତାରୁ ଆତ୍ମବିଶ୍ୱାସ ଆଡ଼କୁ ଅଗ୍ରସର ହେବାର ପ୍ରେରଣା ଦିଏ ମା’ଙ୍କ ଏହି ଦିବ୍ୟ ସ୍ୱରୂପ । ନବରାତ୍ରୀର ଏହି ପବିତ୍ର ଅବସରରେ ସୁବର୍ଣ୍ଣପୁରର ଦେବୀପୀଠଗୁଡ଼ିକରେ ପୂଜାର୍ଚ୍ଚନା, ମନ୍ତ୍ରୋଚ୍ଚାରଣ ଓ ଘଣ୍ଟଘଣ୍ଟାର ଧ୍ୱନି ଭକ୍ତିମୟ ପରିବେଶ ସୃଷ୍ଟି କରିଛି ।

ଧୂପ, ଦୀପ, କର୍ପୂର ଓ ଚନ୍ଦନର ସୁଗନ୍ଧରେ ଦେବୀପୀଠଗୁଡ଼ିକ ମହକି ଉଠୁଛି। ମା’ଙ୍କ ଦର୍ଶନ ପାଇଁ ପ୍ରଭାତରୁ ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଛି। ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗାଙ୍କ ଦିବ୍ୟ କୁଷ୍ମାଣ୍ଡା ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରୁଛନ୍ତି । ନବରାତ୍ରୀର ଏହି ପବିତ୍ର ମାହେନ୍ଦ୍ର ବେଳାରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଚେତନାରେ ଭରିଉଠିଛି ସୁବର୍ଣ୍ଣପୁର । ପ୍ରଭାତରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଆଗମନ ସହରର ଧାର୍ମିକ ମହିମାକୁ ଆହୁରି ଉଜ୍ଜ୍ୱଳ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments