Homelocalବିନିକା ଠାରେ ବିଧାୟକ ଙ୍କ ଦ୍ଵାରା ଏଲଇଡି ଡିଜିଟାଲ ଡିସପ୍ଲେ ଉଦଘାଟିତ

ବିନିକା ଠାରେ ବିଧାୟକ ଙ୍କ ଦ୍ଵାରା ଏଲଇଡି ଡିଜିଟାଲ ଡିସପ୍ଲେ ଉଦଘାଟିତ

ସୁବର୍ଣ୍ଣପୁର, (୦୫/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ଙ୍କ ଦ୍ୱାରା ବିନିକା ବସଷ୍ଟାଣ୍ଡ ଠାରେ ବିଧାୟକ ପାଣ୍ଠିରୁ ଲାଗିଥିବା ଏଲଇଡି ଡିଜିଟାଲ ଡିସପ୍ଲେ ର ଶୁଭ ଉଦଘାଟନ ଗତକାଲି ସନ୍ଧ୍ୟାରେ ହୋଇଯାଇଛି ।

ବିଧାୟକ ଶ୍ରୀ ଜଗଦଳା ଯୋଗଦେଇ ଉକ୍ତ ଏଲଇଡି ର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ,ବିନିକା ବିଡ଼ିଓ ଶରତ ଚନ୍ଦ୍ର ବାଗ, ଏନଏସି ଇଓ ମାନସ ରଞ୍ଜନ ଭୋଇ, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ,ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାକୁର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି,ବାବୁଲୁ ବିଶି,ବିନିକା ନଗର ସଭାନେତ୍ରୀ ଚନ୍ଦ୍ରମା ଅଗ୍ରୱାଲ,ଭୁବନେଶ୍ୱର ପାତ୍ର,ଉଦ୍ଧବ ମହାକୁର,ଗୋପାଳକୃଷ୍ଣ ମହାଲଙ୍ଗ, ପୂର୍ଣ୍ଣ ମେହେର ପ୍ରମୁଖ ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments