ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ମହାକୁରଙ୍କ ପରଲୋକ; ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ଶୋକାକୁଳ ମୁରିବାହାଲ

Date:

Share post:

ମୁରିବାହାଲ, (୨୨/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନେତ୍ରାନ୍ଦ ମହାକୁରଙ୍କ , ୬୨ ବର୍ଷ ବୟସରେ ରବିବାର ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।

ସେ ଗତ କିଛି ଦିନ ଧରି ଗୁରୁତର ଅସୁସ୍ଥତା ଯୋଗୁଁ ପ୍ରଥମେ ବଲାଙ୍ଗିର ଓ ପରେ ଭୁବନେଶ୍ୱରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସମୟରେ ତାଙ୍କ ପତ୍ନୀ ଓ ଦୁଇ ପୁଅ ମୋଜେଶ ଓ ମନୀଷ ଉପସ୍ଥିତ ଥିଲେ। ତାଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ପରଲୋକ ଖବର ପାଇ ପରିବାର ଓ ଜ୍ଞାତିକୁଟୁମ୍ବ ଶବାଧାରେ ସାମିଲ ହୋଇଥିଲେ ।

ଶ୍ରୀ ମହାକୁର ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ କାର୍ଯ୍ୟ କରି ୨୦୨୪ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସେ ଗ୍ରାମର ସମସ୍ତ ପ୍ରକାର ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ସୁଚାରୁ ରୂପେ ସମ୍ପାଦନ କରୁଥିଲେ । ଗାଁ’ର ପ୍ରସିଦ୍ଧ ମାହେଶ୍ୱରୀ ମନ୍ଦିର ସେ ମୁଖ୍ୟ ପୃଷ୍ଠପୋଷକ ମଧ୍ୟ ଥିଲେ। ଅମାୟିକ ଓ ଧାର୍ମିକ ସ୍ୱଭାବର ବ୍ୟକ୍ତି ଭାବେ ଅଞ୍ଚଳରେ ସମ୍ପୂର୍ଣ୍ଣ ପରିଚିତ ଥିବାରୁ ତାଙ୍କ ପରଲୋକରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଡ଼ପୁଅ ମୋଜେଶ ମହାକୁର ମୁଖାଗ୍ନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜୁଲାଇ ୫ ପରୀକ୍ଷା ନେଇ ସୂଚନା ଜାରି

କଟକ, (୨୩/୦୬) : ଆପ୍ର : ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା...

ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ

ବୌଦ୍ଧ, (୨୩/୦୬) : ଆପ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ...

ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ବାପା ଗିରଫ

ବରଗଡ଼, (୨୩/୦୬) : ଆପ୍ର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକା ଝିଅକୁ...

ସ୍କୁଲରେ ଡିଇଓଙ୍କ ଆକସ୍ମିକ ପରିଦର୍ଶନ, ଶିକ୍ଷା କ୍ଷେତ୍ରେ ନୂଆ ଉତ୍ସାହ

ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଶିକ୍ଷାଦାନର ମାନ ଯାଞ୍ଚ ମୁରିବାହାଲ, (୨୩/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର...