ରାୟଗଡା, (୦୪/୦୬) : ଆପ୍ର : ଭାକୁରୁଗୁଢ଼ା ଠାରେ ବିଜୁ ସ୍ୱାଭିମାନ ମଞ୍ଚର ଦ୍ୱିତୀୟ ସାଧାରଣ ସଭା ବୈଠକ ଅନୁଷ୍ଠିତ ।
ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ରଣନୀତି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ । ସଂଗଠନ ଶକ୍ତିଶାଳୀ ହେବା ସହିତ ଜନସମ୍ପର୍କ ବଢ଼ାଇବାକୁ ନେତୃତ୍ୱ ଗୁରୁତ୍ୱ ଦେଇଛି । ଜିଲ୍ଲାରେ ବିଜେପି, ବିଜେଡି, କଂଗ୍ରେସ ଭଳି ରାଜନୈତିକ ଦଳକୁ ଟକ୍କର ଦେବ ଏହି ବିଜୁ ସ୍ବାଭିମାନ ମଞ୍ଚ ।
ଏହା ବିଜୁ ସ୍ୱାଭିମାନ ମଞ୍ଚ ଦ୍ୱିତୀୟ ବୈଠକ । ହଜାର ହଜାର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି ସଭାକୁ ସମ୍ବୋଧନ କରିଛନ୍ତି ଏନ ଭାଷ୍କର ରାଓ। ପୂର୍ବତନ ମନ୍ତ୍ରୀ ଲାଳବିହାରୀ ହିମିରିକା, ବ୍ଲକ୍ ଅଧ୍ୟକ୍ଷା ଟୁନି ହୁଇକା, ବ୍ଲକ୍ ଉପାଧ୍ୟକ୍ଷ ହର ପ୍ରସାଦ ହେପୃପା, କାଉନସିଲର ଗୋପୀନାଥ ଗୌଡ଼, କାଳିଦାସ ମଣ୍ଡଙ୍ଗି, ସନ୍ତୋଷ ଦଳେଇ, ସର୍ମିତା ପାଢ଼ୀ, ବାନାଗଡି ତିରୁପତି, ଶ୍ରମିକ ନେତା ନିରଞ୍ଜନ ପାତ୍ର, ଦୁଡଲା ଶ୍ରୀନିବାସ ରାଓଙ୍କ ସମେତ ସ୍ଥାନୀୟ ବ୍ଲକର ସମର୍ଥିତ ଜନ ପ୍ରତିନିଧି, ବରିଷ୍ଠ ନେତା କର୍ମୀମାନେ ଉପସ୍ଥିତ ଥିଲେ ।
ସମାବେଶରେ ମଞ୍ଚାସିନ ନେତୃମଣ୍ଡଳୀ ବିଜୁ ସ୍ୱାଭିମାନ ମଞ୍ଚର ସଭାପତି ଭାସ୍କର ରାଓଙ୍କ ନେତୃତ୍ୱ ଓ କାର୍ଯ୍ୟଦକ୍ଷତା, ସାଙ୍ଗଠନିକ ଦକ୍ଷତାକୁ ବଖାଣିଥିଲେ । ସମାବେଶରେ ଦଳୀୟ କର୍ମୀ, ଯୁବ ଓ ମହିଳା ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇ ସଂଗଠନକୁ ଶକ୍ତିଶାଳୀ କରି ନିର୍ବାଚନ ମୈଦନ ପାରି ହେବେ ବୋଲି କହିଛନ୍ତି । ଭାଷ୍କର ରାଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରଣନୀତି ବୈଠକ ସଂଗଠନକୁ ଆହୁରି ମଜଭୁତ କରିବ ବୋଲି କର୍ମୀମାନେ ଆଶା କରିଛନ୍ତି ବିଜୁ ସ୍ୱାଭିମାନ ମଞ୍ଚ ସମାବେଶରେ ଅଞ୍ଚଳର ରାଜନୈତିକ ପରିବେଶକୁ ଆହୁରି ସକ୍ରିୟ କରିଥିବା ଦେଖିବାକୁ ମିଳିଛି ।

