Homelocalଚନ୍ଦ୍ରପୁର ବିଜୁ ସ୍ବାଭିମାନ ମଞ୍ଚ କାର୍ଯ୍ୟକ୍ରମରେ ପ୍ରବଳ ଜନସମାବେସ

ଚନ୍ଦ୍ରପୁର ବିଜୁ ସ୍ବାଭିମାନ ମଞ୍ଚ କାର୍ଯ୍ୟକ୍ରମରେ ପ୍ରବଳ ଜନସମାବେସ

ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ପଞ୍ଚାୟତ ନିର୍ବାଚନରେ ଲଢ଼ିବ 

ଭାସ୍କର ରାଓ ଙ୍କ ଲୋକପ୍ରିୟତା ଦେଖି ରାଜନୈତିକ ଦଳର ମୁଣ୍ଡବ୍ୟଥା 

ରାୟଗଡା//ଚନ୍ଦ୍ରପୁର, (୧୩/୭) : ଆପ୍ର : ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ଆଗାମି ପଞ୍ଚାୟତ ନିର୍ବାଚନରେ ସ୍ବର୍ଗତଃ ବିଜୁ ବାବୁ ଓ ତାଙ୍କ ବିଚାରଧାରାକୁ ଭଲ ପାଉଥିବା ଏବଂ ତାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ ମାନଙ୍କ ନିଷ୍ପତି ଆନୁଯାୟି କମିଟି ମାଧ୍ୟମରେ ସର୍ବସମ୍ମତିକ୍ରମେ ବ୍ୟକ୍ତିଙ୍କୁ ଚୟନ କରାଯିବ ଏବଂ ସେମାନେ ନିର୍ବାଚନ ଲଢ଼ିବେ ବୋଲି ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦକ୍ଷିଣ ଓଡିଶାର ବରିଷ୍ଠ ନେତା ଏନ ଭାସ୍କର ରାଓ ଆଜି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ହୋଇଥିବା କାର୍ଯ୍ୟକ୍ରମରେ ସ୍ପଷ୍ଟ କରିଛନ୍ତି ।WhatsApp Image 2026 07 14 at 09.20.48

ଭାସ୍କର ରାଓଙ୍କୁ ନେଇ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶ୍ରୀ ରାଓ ଚନ୍ଦ୍ରପୁର କାର୍ଯ୍ୟକ୍ରମରେ ସ୍ବାଧୀନ ଭାବେରେ ଲଢ଼ିବା ପାଇଁ ସ୍ପଷ୍ଟ କରିଛନ୍ତି । ଆଜି ବିଷମକଟକ ବରିଷ୍ଠ ନେତା ସୁବାଷ ବକ୍ସି,ଗୁଡାରି ଜିଲ୍ଲା ପରିଷଦ ସଭ୍ୟ,ରାୟଗଡା ବ୍ଲକ ଚେୟାରମେନ ଟୁନି ହୁଇକା, ଜିଲ୍ଲା ପରିଷଦ ସଭ୍ୟ ସଂଧ୍ୟା ପୁଆଲା,ପ୍ରଶାନ୍ତ କୁଲେଶିକା, ଚନ୍ଦ୍ରପୁର ବ୍ଲକର ବହୁ ପରିଷ୍ଠ ନେତା, ବ୍ଲକ ପଞ୍ଚାୟତ ପ୍ରତିନିଧି,ପୂର୍ବତନ ନିର୍ବାଚିତ ପ୍ରତିନିଧି ଓ ଭାସ୍କର ରାଓଙ୍କୁ ସମର୍ଥନ କରୁଥିବା ବରିଷ୍ଠ ନେତାଙ୍କୁ ନେଇ ଚନ୍ଦ୍ରପୁର ଠାରେ ବିଜୁ ସ୍ବାଭିମାନ ମଞ୍ଚର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶ୍ରୀ ରାଓ ସ୍ପଷ୍ଟ କରି କହିଥିଲେ ମୋ ପାଖରେ ରହିବା ପାଇଁ ମୁଁ କାହାରିକୁ ଜବରଦସ୍ତି କରୁନାହିଁ କିମ୍ବା ପ୍ରଲୋଭିତ ମଧ୍ୟ କରୁନାହିଁ,ସେମାନେ ଯୁଆଡେ ଚାହିଁଲେ ଯାଇପାରିବେ କିନ୍ତୁ ମୋ ସହ ରହିବା ବ୍ୟକ୍ତିଙ୍କୁ ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ଆଗାମି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ଆଗାମି ଦିନରେ ବିଜୁ ସ୍ବାଭିମାନ ମଞ୍ଚର ବୈଠକ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅନୁଷ୍ଠିତ ହେବ ଏବଂ ଆଲୋଚନା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଓ ଆଜି ସୂଚନା ଦେଇଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଏକ ହେଲ୍ପ ଡେସ୍କ ଖୋଲାଯିବ ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲେ ।

ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଲାଲବିହାରି ହିମିରିକା ଯୋଗଦେଇ କହିଥିଲେ ବିଜୁ ସ୍ବାଭିମାନ ମଞ୍ଚ ଦ୍ବାରା ବଛାଯାଇଥିବା ନେତା ମାନେ ଆଗାମି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବେ ଏବଂ ସେମାନଙ୍କୁ ଆମେ ସହଯୋଗ କରିବୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବି ତିରୁପତି, ଚନ୍ଦ୍ରକାନ୍ତ ସାମଲ, ପ୍ରବୀଣ କୁମାର, କାଉନସିଲର ସନ୍ତୋଷ କୁମାର ଦଳେଇ, ଲାଛନା ମାଣ୍ଡାଙ୍ଗି, ଗଙ୍ଗାଧର କାଡ୍ରାକା, ବହୁ ନିର୍ବାଚିତ ପ୍ରତିନିଧି,ପୂର୍ବତନ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରାୟଗଡା ବ୍ଲକର ୩୦୦ରୁ ଉର୍ଧ୍ବ କର୍ମକର୍ତ୍ତା ଏହି ବୈଠକରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବି ତିରୁପତି ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments