Homelocalଜିଲ୍ଲା ବିଜେଡିର ବିକ୍ଷୋଭ ପ୍ରଦର୍ଶନ ଏବଂ କୁଷ ପୁତ୍ତଳିକା ଦାହ

ଜିଲ୍ଲା ବିଜେଡିର ବିକ୍ଷୋଭ ପ୍ରଦର୍ଶନ ଏବଂ କୁଷ ପୁତ୍ତଳିକା ଦାହ

ରାୟଗଡା, (୧୪/୦୭) : ଆପ୍ର : ରାୟଗଡା ଜିଲ୍ଲା ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଅପଭ୍ରଂଶ କରୁଥିବା ବିଜେପି ସରକାର ବିରୁଦ୍ଧରେ ରାୟଗଡା ଜିଲ୍ଲା ସଦରମହକୁମା କପିଳାସ ଛକ ଠାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରି ପଦଯାତ୍ରାରେ ବାହାରି ସହର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।WhatsApp Image 2026 07 14 at 09.26.09 1

ଏଥି ସହିତ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିବାଦ ସଭା ସହ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଗଲା । ଏହି ବିକ୍ଷୋଭପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ରେ ରାଜ୍ୟ ସାଧାରଣ ସମ୍ପାଦକ ଜଗଦୀଶ ପାତ୍ର, ରାୟଗଡା ଜିଲ୍ଲା ସଭାପତି ଜଗନ୍ନାଥ ସାରକା, ପୃଥୀରାଜ ସାହୂ, ପୁର୍ବତନ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ସଂପାଦକ ସୁଧୀର ଦାସ, ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଷୟା ମାଝି, ସରସ୍ୱତୀ ମାଝୀ ସୁଭ୍ରାପଣ୍ଡା ପ୍ରମୂଖ ଉପସ୍ଥିତ ରହି ଏହି ଭିକ୍ଷଭ ପ୍ରଦର୍ଶନରେ ସାମିଲ୍ ହୋଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments