Homelocal୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ...

୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର, (୦୨/୦୮) : ଆପ୍ର : କାଲି ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଅଗଷ୍ଟ ୩ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ ।

ଏହି ଗସ୍ତ ସମୟରେ ସେ କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଅଗଷ୍ଟ ୩ରେ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରୁ କଟକ ଜିଲ୍ଲା ଦାମପଡ଼ା ନିକଟ ବାଙ୍ଗାରେ ନବପ୍ରତିଷ୍ଠିତ ଜଗଦ୍ ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିବେ। କାର୍ଯ୍ୟକ୍ରମ ପରେ ଭୁବନେଶ୍ୱରକୁ ଫେରି ରାତ୍ରିଯାପନ କରିବେ । ଅଗଷ୍ଟ ୪ରେ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ରେ ବ୍ରହ୍ମପୁର ଯିବେ । ସେଠାରୁ ସଡ଼କ ପଥରେ ତପ୍ତପାଣି ନିକଟ ମା’ କନ୍ଧୁଣୀ ଦେବୀ ପୀଠକୁ ଯାଇ ପୂଜାର୍ଚ୍ଚନା ଓ ଆରତି କରିବେ । ଏହାସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ପରେ ବ୍ରହ୍ମପୁର ନିକଟସ୍ଥ ଢବଳେଶ୍ୱର ମନ୍ଦିର ପରିଦର୍ଶନ କରି ବ୍ରହ୍ମପୁରରେ ରାତ୍ରିଯାପନ କରିବେ ।

ଅଗଷ୍ଟ ୫ରେ ରାଷ୍ଟ୍ରପତି ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବା ପରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ସୁରକ୍ଷା, ପରିଚ୍ଛନ୍ନତା, ବିଦ୍ୟୁତ୍ ଯୋଗାଣ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ମା’ କନ୍ଧୁଣୀ ଦେବୀ ପୀଠ ଆଖପାଖ ଅଞ୍ଚଳରେ ସଫେଇ ଓ ରାସ୍ତା ମରାମତି କାମ ମଧ୍ୟ ଜୋରଦାର ଭାବେ ଚାଲିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments