ସୁବର୍ଣ୍ଣପୁର, (୨୪/୦୮) : ଆପ୍ର: ସୋନପୁର ମ୍ୟୁନିସିପାଲିଟି ଜୋନ୍ ସିନିୟର୍ ଫୁଟବଲ ଲିଗ୍ ଗାନ୍ଧୀ ଷ୍ଟାଡିୟମ୍ ଠାରେ ଉଦ୍ଘାଟିତ ହୋଇଯାଇଛି ।
ସୋନପୁର ରିଜର୍ଭ ପୁଲିସ ଦଳ ଓ ସୃଜନ ନାଗ ଫୁଟବଲ୍ ଏକାଡେମୀ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବିପକ୍ଷ ଦଳ ସୃଜନ ନାଗ ଫୁଟବଲ୍ ଏକାଡେମୀ କୁ ୨-୦ ଗୋଲ ରେ ହରାଇ ସୁବର୍ଣ୍ଣପୁର ରିଜର୍ଭ ପୁଲିସ ଦଳ ବିଜୟୀ ହୋଇଛି । ମ୍ୟାନ ଅଫ ଦି ମ୍ୟାଚ ଭାବେ ଵିଜୟୀ ଦଳ ର ୧୦ ନମ୍ୱର ଜର୍ସି କବି ମିସ୍ତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ , ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ରାମ ଶଙ୍କର ସାହୁ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରି ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କବି ମିସ୍ତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ।
ସଞ୍ଜୀବ କୁମାର ସାହୁ ମୁଖ୍ୟ ରେଫରୀ ଭାବେ, ସୁଶାନ୍ତ ବାଗ, ସୁଦାମ ଜଗଦଲା , ଅନିତା ମହାନନ୍ଦ ଖେଳ ପରିଚାଳନା କରିଥିଲେ । ମ୍ୟାଚ କମିସନର ଭାବେ ଭୁକୁଲୁ ବକ୍ସି ଦାୟିତ୍ୱ ନିର୍ବାହ କରିଥିଲେ । କ୍ରୀଡ଼ା ସଂଘ ଉପ ସଭାପତି ତଥା ଭେଟରାନ ଖେଳାଳି ଚିତ୍ତ ରଞ୍ଜନ ତରାସିଆ, ବରିଷ୍ଠ ସଦସ୍ୟ ତଥା ଭେଟରାନ ଖେଳାଳି ଆଦିତ୍ୟ କିଶୋର ଦାନୀ , ପଦ୍ମନାଭ ଧରୁଆ, ଅଖୁଜ ବକ୍ସି, ଗଣେଶ ରାମ ମେହେର, ଏମ୍ ଡି ମୁସଲିମ, ଧରଣୀ ଧର ନାଏକ୍, ମନୋଜ୍ ବାଗ, ବାବୁଲା ବେବର୍ତ୍ତା ପ୍ରମୁଖ ଭେଟରାନ ଖେଳାଳି ମଞ୍ଚ ରେ ଉପସ୍ଥିତ ଥିଲେ । ଦିଗାମ୍ବର ଶତପଥୀ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ସଭା ପରିଚାଳନା କରିଥିଲେ । ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନରେ ସମସ୍ତ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ । କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।



