Homelocalକଲ୍ୟାଣସିଂହପୁର ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

କଲ୍ୟାଣସିଂହପୁର ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

ରାୟଗଡା, (୩୧/୦୭) : ଆପ୍ର : ଆଜି ତା- ୩୦.୦୭.୨୦୨୬ ରିଖରେ ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, କଲ୍ୟାଣସିଂହପୁର ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କଲ୍ୟାଣସିଂହପୁର ସ୍ଥିତ ପଞ୍ଚାୟତ ସମିତି ଅଫିସ୍‌ ପରିସରରେ ଅନୁଷ୍ଠିତ ହୋଇଅଛି ।

ଉକ୍ତ ଦିବସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଲ୍ୟାଣସିଂହପୁର, ଶ୍ରୀମତୀ ମନୀଷା ଦାସ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ଏଲିଜାବେଥ ଗୋରଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, କଲ୍ୟାଣସିଂହପୁର ବ୍ଲକର ସମସ୍ତ କର୍ମଚାରୀ ବୃନ୍ଦ ଓ ରାୟଗଡ଼ ଭିନ୍ନକ୍ଷମ ମହାସଂଘର ସଭାପତି ଶିଶିର ରାଉଳ ସମ୍ପାଦକଶ୍ରୀ ଅମରେନ୍ଦ୍ର ନାଥ ସଦସ୍ୟ ଶ୍ରୀନୁ ବିଭର ଶିବିରରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୮୪ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୨ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସି. ପି ଚେୟାର ପ୍ରଦାନ କରାଗଲା। ଏତତବ୍ୟତୀତ, ୫ ଜଣ ଭିନ୍ନକ୍ଷମଙ୍କୁ, ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଗଲା ।

ଉକ୍ତ ଶିବିରରେ ୮୯ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ଶିବିରକୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, କଲ୍ୟାଣସିଂହପୁର, ଶ୍ରୀ ବିଶ୍ବଜିତ ସିଂହସାମନ୍ତ, କନିଷ୍ଠ ସହାୟକ, ଶ୍ରୀମତୀ ରଶ୍ମିତା ଖାଡଙ୍ଗା , ପ୍ରୋଗ୍ରାମ୍ ସହାୟକ, ଶ୍ରୀମତୀ ଗୀତା ପ୍ରଧାନୀ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments