ପୁରୁଷୋତ୍ତମପୁର, (୦୩/୦୭) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ୍ ପରିସରରେ ‘ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ର ଅନ୍ତିମ ଦିନରେ ଯୁବ ସମାବେଶ କାର୍ଯ୍ୟକ୍ରମ ବ୍ଳକ ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଳକ ଅଧକ୍ଷା ପିଙ୍କି ବେହେରା, ଇନଚାର୍ଜ ବିଡ଼ିଓ ଦେବାଶିଷ ସାମଲ, ଜିଲ୍ଲା ସ୍କିଲ ଡେଭଲପ ମେଣ୍ଟ ଅଧିକାରୀ ଅର୍ପିତା ପ୍ରିୟ ଦର୍ଶନୀ, ଜିଲ୍ଲା ଆଇ ପିଓ ଅଧିକାରୀ ରଶ୍ମି ରାଣୀ ସିଂ, ପୁରୁଷୋତ୍ତମପୁର ସରକାରୀ ଆଇ ଟି ଆଇ ର ଚେଞ୍ଜ ଲିଡର ପବନ କୁମାର ପଟନାୟକ, ଓ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ତଥା ବିଜେପି ର କୋଡିନେଟର ଦେବାଶିଷ ମହାନ୍ତି (ସୁରେଶ) ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ପରେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟର ଶୁଭାରମ୍ଭକରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ଏମଏସଏମଇ ବିକାଶ ନୀତି ମାଧ୍ଯମରେ ରାଜ୍ୟରେ ଉଦ୍ୟୋଗୀ ସୃଷ୍ଟି, ନିଯୁକ୍ତି ସୁଯୋଗ ବୃଦ୍ଧି, ଆର୍ଥିକ ସହାୟତା,ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ‘ଷ୍ଟାର୍ଟଅପ ଓଡ଼ିଶା‘ ଯୋଜନା ମାଧ୍ୟମରେ ଓଡ଼ିଶାରେ ବିଜେପିସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟ କ୍ରମ ରେ ଯୁବକ ଯୁବତୀ ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ସରକାର ଙ୍କ ନୂତନ ପ୍ରୟାସ । ଏବଂ ପ୍ରଯୁକ୍ତି ବିଦ୍ୟା ର ପ୍ରସାର ସମ୍ପର୍କରେ ଯୁବକ, ଯୁବତୀଙ୍କ ସମ୍ମୁଖରେ ବିସ୍ତୃତ ଆଲୋଚନା କରାଯାଇ ଥିଲା। P,ଉଦ୍ୟୋଗ ଏବଂ ଷ୍ଟାର୍ଟଅପ ଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢେଇବା ସରକାର ଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମଞ୍ଚାସିନ ଅତିଥି ମାନେ ମତ ଦେଇଥିଲେ ।

