ରାୟଗଡା, (୦୨/୦୭) : ଆପ୍ର : ସ୍ଥାନୀୟ ଉଗ୍ରତାର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀ ନୈତିକ ଶିକ୍ଷା ଓ ବ୍ୟକ୍ତିତ୍ଵ ବିକାଶ ମୂଲ୍ୟବୋଧଭିତ୍ତିକ ଏକ ଅଧିବେସନ ଅନୁଷ୍ଠିତ ହୋଇଯାଇଛି ।
ଦୀର୍ଘ ୧୨ ବର୍ଷ ଧରି ବିଦ୍ୟାର୍ଥୀ ନୈତିକ ଶିକ୍ଷା ଓ ବ୍ୟକ୍ତିତ୍ଵ ବିକାଶ ଦିଗରେ କାର୍ଯ୍ୟ କରୁଥିବା ମୋଟିଭେଶନାଲ ସ୍ପିକର ଶ୍ରୀ ସୋମ୍ ରୟ ବିଦ୍ୟାର୍ଥୀ ଜୀବନରେ ନୈତିକତା, ଅନୁଶାସନ, ଏକାଗ୍ରତା, ଉତ୍ତମ ଅଭ୍ୟାସ, ଚରିତ୍ର ଗଠନ, ପ୍ରତିବଦ୍ଧତା, ନିଷ୍ଠା, ସୁସମ୍ପର୍କ ଓ ଯୋଗାଭ୍ୟାସ ଉପରେ ଆଲୋକପାତ କରିଥିଲେ । ପ୍ରେରଣାଦାୟୀ ଓ ଗଠନ ମୂଳକ କଥା କବିତା ଦ୍ଵାର ଛାତ୍ରଛତ୍ରୀମାନଙ୍କୁ ଖୁବ୍ ପ୍ରଭାବିତ କରିଥଲେ । ଉଗ୍ରତାର ଉଚ୍ଚ ବିଦ୍ୟାଳୟ ଅନୁଷ୍ଠାନର ମୁଖ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା କର ଅଂଶଗ୍ରହଣ କରିବା ସହିତ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗକୁ ସାଧୁବାଦ୍ ଜଣାଇଥିଲେ ।
ଶ୍ରୀ ରୟଙ୍କ ପ୍ରେରଣାଦାୟୀ ବକ୍ତବ୍ୟରେ ପ୍ରଭାବିତ ହୋଇ ସର୍ବୋତ୍ତମ ବ୍ୟକ୍ତିତ୍ଵ ହେବା ପାଇଁ ବଦ୍ଧପରିକର ହୋଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୁନଃ ପୁନଃ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରିଥିଲେ। ଏହି ବିଦ୍ୟାର୍ଥୀ ନୈତିକ ଶିକ୍ଷା ଓ ବ୍ୟକ୍ତିତ୍ଵ ବିକାଶ କାର୍ଯ୍ୟକ୍ରମ ଏସ.ଆର ଫାଉଣ୍ଡେସନ ଭୁବନେଶ୍ୱର ଓ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହା ସଙ୍ଘ ତଥା ସଙ୍ଘର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଓ ସଭାପତି ଶ୍ରୀ ଶିଶିର ରାଉଳ ସହଯୋଗରେ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟ ପାଇଁ ଜିଲ୍ଲା ବିଜେପି ସଭାପତି ଗୋପି ଆନନ୍ଦ ପୁର୍ଣ୍ଣ ସହଯୋଗ କରିଥିଲେ ।

