ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳରେ ଥିବା ଶ୍ରୀରାମ ଆଦର୍ଶ ଶିକ୍ଷାନୀ କେତନ ଦ୍ଵାରା ବିଶ୍ୱ ପରିବେଶ ଦିବସ ପାଳିତ ଓ ଦଶମ ଓ ଯୁକ୍ତ ଦୁଇ ପ୍ରତିଭା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

Date:

Share post:

ପୁରୁଷୋତ୍ତମପୁର, (୦୬/୦୬) : ଆପ୍ର : ଶ୍ରୀରାମ ଆଦର୍ଶ ଶିକ୍ଷା ଅନୁଷ୍ଠାନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ରାଜ୍ୟବୋର୍ଡ ପରୀକ୍ଷାରେ ବ୍ଲକ ସ୍ତରରେ ଉତ୍ତମ ପ୍ରଦର୍ଶନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ ଓ ପୁରସ୍କୃତ କରିବା ନିମନ୍ତେ ସମ୍ବର୍ଦ୍ଧନା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା ।

ଦିବା ୯ . ୩୦ ମିନଟ ସମୟରେ ସ୍ଥାନୀୟ ନଗରପାଳ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା, ଏ. ବି.ଇ.ଓ /ବି. ଆର. ସି. ସି ଶ୍ରୀଯୁକ୍ତ ବିଜୟ ଚନ୍ଦ୍ର ବେହେରା ମହୋଦୟ ଉପସ୍ଥିତ ରହି ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ରେ କୃତୀତ୍ଵ ହାସଲ କରିଥିବା ଆମ ପଞ୍ଚାୟତ ସମିତି ର ଅଠର ଜଣ ଛାତ୍ରଛାତ୍ରୀ ଙ୍କୁ ମାନ ପ୍ରମାଣ ପତ୍ର ସହ ସମ୍ମାନିତ କରିଥିଲେ । ଏତଦ ବ୍ୟତୀତ ସାନ ଖେମୁଣ୍ଡି ପଞ୍ଚାୟତ ର ଆଡ଼ପଡା ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମର ଚର୍ଚ୍ଚି, ମହୋଦୟ ଙ୍କୁ ସମାଜ ସେବା, ଜନ ସେବା ଶିକ୍ଷା ସେବା ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ସ୍ଥାନୀୟ ନରସିଂହ ଦାସ ପିଏମ ଶ୍ରୀ ହାଇସ୍କୁଲ ର ଉପ ପ୍ରଧାନ ଶିକ୍ଷକ ଙ୍କୁ ବରିଷ୍ଠ ଓଡିଶା ଅଧସ୍ଥନ ଶିକ୍ଷା ସେବା ଦ୍ୱାରା ପ୍ରଧାନ ଶିକ୍ଷକ ପଦ ପାଇଁ ଉତୀର୍ଣ୍ଣ ହୋଇ ଥିବାରୁ ଶ୍ରୀଯୁକ୍ତ ଯୁଧିଷ୍ଠିର ସାହୁ ସାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ତତ ସହିତ ଅନଲାଇନ ଶିକ୍ଷା କ୍ଷେତ୍ର ରେ ବିପ୍ଳବ ସୃଷ୍ଟି କରି ଥିବା ମ୍ୟାଟ ସାଇ ଶିକ୍ଷା ଅନୁଷ୍ଠାନ ର ସଂସ୍ଥାପକ ଶ୍ରୀଯୁକ୍ତ ବସନ୍ତ ନେପାକ ଓ ସାଥି ଙ୍କୁ ଆମ ଅଞ୍ଚଳ ରେ ଶତକଡା 96%ନମ୍ବର ରଖି ଉତୀର୍ଣ୍ଣ କରାଇଥିବା ତାରାତାରିଣୀ ମହାବିଦ୍ୟାଳୟ ର +2ବିଜ୍ଞାନ ଛାତ୍ର ଶୁଭମ ବାଡ଼ତ୍ୟା, ଉଭୟ ଙ୍କୁ ମାନପତ୍ର ସହ ସନମ୍ମାନ କରାଯାଇଥିଲା । ନଗର ପାଳ ମହୋଦୟ ଙ୍କ ସହିତ ଛାତ୍ରଛାତ୍ରୀ ମାନେ ସମବେତ ହୋଇ ବୃକ୍ଷ ରୋପଣ କରିଥିଲେ ।

ଏତତ ସହିତ ଆମ ଅଞ୍ଚଳ ର ଦୁଇ ଜଣ ଦିବଙ୍ଗତ ଉଦୟବାନ ଯୁବକ ଦିଲୀପ ସାବତ ଓ କୁମାରେଶ୍ୱର ବେହେରା ଦ୍ବୟ ଙ୍କ ଅମର ଆତ୍ମା ର ସାଧାରଣ ଗତି ପାଇଁ ନିରବ ପାର୍ଥନା ସହ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ସଭା ରେ ପିଷ୍ଟl ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବେହେରା ମହୋଦୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସଭାରେ ପ୍ରାୟ ତିନି ସହ ଛାତ୍ରଛାତ୍ରୀ, ଜନସାଧାରଣ ଓ ବହୁ ନିମନ୍ତ୍ରିତ ବହୁ ବିଜ୍ଞ ବ୍ୟକ୍ତି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଶ୍ରୀରାମ ଆଦର୍ଶ ଶିକ୍ଷା ଅନୁଷ୍ଠାନ ର ଉଦ୍ୟୋକ୍ତା ଶ୍ରୀ ରାମ ଚନ୍ଦ୍ର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଅନୁଷ୍ଠାନ ର ସମସ୍ତ ସହଯୋଗୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଶିଶୁ ଟିକାକରଣରେ ଗାଁ ଆଗୁଆ

ଭୁବନେଶ୍ବର, (୦୬/୦୬) : ଆପ୍ର : ରାଜ୍ୟରେ ଶିଶୁଙ୍କ ଟିକାକରଣ ବୃଦ୍ଧି ପାଇଛି । ଟିକାକରଣ ହାର ଶତପ୍ରତିଶତରୁ କମ୍ ରହିଥିଲେ ସୁଦ୍ଧା ଏହା...

ଚାଉଳର ମିଲିଂ ୨ଗୁଣା ବୃଦ୍ଧି

ଭୁବନେଶ୍ୱର, (୦୬/୦୬) : ଆପ୍ର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି...

କାଳବୈଶାଖୀ ହେଲା କାଳ,ରାସ୍ତାରେ ପଡ଼ିଥିବା ଗଛ ସହ ଧକ୍କା ହୋଇ ଜଣେ ମୃତ, ୨ ଗୁରୁତର

ପାଟଣାଗଡ଼, (୦୬/୦୬) : ଆପ୍ର : ବେଲପଡ଼ା ଥାନା ବାଗଦୋର-ତେନ୍ତୁଳିମୁଣ୍ଡା ରାସ୍ତା ଡେବ୍ରିପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ...

କନଷ୍ଟେବଳଙ୍କ ଆତ୍ମହୂତି ଉଦ୍ୟମ, ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

ବ୍ରହ୍ମପୁର, (୦୬/୦୬) : ଆପ୍ର : ବ୍ରହ୍ମପୁର ସହରର ଜଣେ ପୁଲିସ କନଷ୍ଟେବଳ ଶୁକ୍ରବାର ସନ୍ଧ୍ୟାରେ ଆତ୍ମହୂତି ଉଦ୍ୟମ କରିଛନ୍ତି । ସେ ହେଲେ ବିଜିପୁର...