ପୁରୁଷୋତ୍ତମପୁର, (୦୯/୧୦) : ଆପ୍ର : ଓଡିଶା ବନ୍ଦ ର ପ୍ରଭାବ ପୁରୁଷୋତ୍ତମପୁର ବ୍ଳକର କିଛି ସ୍ଥାନ ଓ ପୁରୁଷୋତ୍ତମପୁର ସହର ରେ ଦେଖିବାକୁ ମିଳିଛି ।
ଆଜି ସକାଳୁ କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର ଅଟକାଇ ଥିଲେ । ଓ ସହର ର କିଛି ସ୍ଥାନରେ ଖୋଲା ଥିବା ଦୋକାନ ବଜାରକୁ ବନ୍ଦ କରିଥିଲେ । ତେବେ ଏହିବନ୍ଦରେ ଗାଡିମୋଟର ସମ୍ପୂର୍ଣ୍ଣ ବନ୍ଦ ଥିଲା । କେବଳ ସରକାରୀ ଓ ସ୍କୁଲ ବସ ଗାଡି ଅଟୋ ଗୁଡିକ ଯାତାୟାତ କରିଥିଲା । ଦିନ ୧୦ ଘଣ୍ଟା ପରେ ସମସ୍ତେ ଶୋଭାଯାତ୍ରା ରେ ଯାଇ ଅଫିସ ଓବିଭିନ୍ନ କାର୍ଯ୍ୟଳୟ ବନ୍ଦ କରିଥିଲେ ।
ଏହି ବନ୍ଦ ସମୟରେ ପୁରୁଷୋତ୍ତମପୁର ଥାନା ଅଧିକାରୀ କୂଳମଣି ସେଠୀ ଓ ଏସ ଆଇ ଦେବାଶିଷ ମହାପାତ୍ର, ଓ ଥାନା ଷ୍ଟାଫ ଉପସ୍ଥିତ ରହି ସବୁ ଦିଗକୁ ଓ ଅପ୍ରୀତି କର ପରିସ୍ଥିତି ଉପରେ ନଜର ରଖିଥିଲେ । ତେବେ ପୁରୁଷୋତ୍ତମପୁର ପୂରା ଶାନ୍ତି ଶୃଙ୍ଖଳା ରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜିର ଏହି ବନ୍ଦ ଡାକରା ରେ କଂଗ୍ରେସ ପକ୍ଷରୁ ବ୍ଳକ ସଭାପତି ପ୍ରଦୀପ ମହାରଣା, ପବିତ୍ର ସେଠୀ, ଓ ବାମପନ୍ଥୀ ଦଳର ସତ୍ୟନାରାୟଣ ମହାପାତ୍ର, ବିପିନ ପଟ୍ଟନାୟକ, ସୁନୀଲ ବେହେରା ଓ ରାଜେନ୍ଦ୍ର ସ୍ବାଇଁଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ । କଂଗ୍ରେସ ର ବହୁ ଦାବି ମଧ୍ୟରେ ଜ୍ଞାନେଶ କୁମାର ଙ୍କୁ ବହିଷ୍କାର ଓ ଗିରଫ, ଏସ ଆଇ ଆର ଅଧିନିୟମ ନିୟମ କୁ ପ୍ରତ୍ୟାହାର କର କର, ଏହିଭଳି ବହୁ ଦାବି ।

