ସୁବର୍ଣ୍ଣପୁର, (୧୬/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଆଜି ସକାଳୁ ଦ୍ଵାରଫିତା, ମଙ୍ଗଲ ଆଳତି ,ପୂଜାର୍ଚ୍ଚନା ପରେ ଟାହିୟା ଲାଗି କରାଯାଇଥିଲା l ଚତୁର୍ଦ୍ଧା ମୃତ୍ତି କୁ ଶ୍ରୀମନ୍ଦିର ରୁ ଧାଡି ପହଣ୍ଡି ରେ ତ୍ରିକୂଟ ପାହାଡ଼ ରୁ ତଳକୁ ଅଣlଯାଇଥିଲା । ସେଠାରେ ଚତୁର୍ଦ୍ଧା ମୂର୍ତ୍ତି ରଥା ରୁଡ ହେବାପରେ ରଥ ଟଣା ଆରମ୍ଭ ହୋଇଥିଲା । ଗାଁ ଗଡତିଆ ଚମରା ଅମାତ ଛେରା ପହଁରା କରି ଥିଲେ । ଛେରା ପହଁରା ରେ ରେଡମ ଗୌନ୍ତିଆ ନରସିଂହ ପଧାନ, ମିତ୍ର ଭାନୁ ମହାକୁର, ସତ୍ୟ ନାରାୟଣ ତ୍ରିପାଠୀ ସହଯୋଗ କରି ଥିଲେ । ମାଁ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣି ଥିଲେ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଈଁ ବୀରମହାରାଜପୁର ଡେପୁଟି କଲେକ୍ଟର ଅଜିତ କୁମାର ମିର୍ଧା, ବୀରମହାରାଜପୁର ଏସଡିପିଓ ହେମନ୍ତ ରାଓ, ଆଇଆଇସି ଯଯାତି କେଶରୀ ସାହୁ ଉପସ୍ଥିତ ରହିଥିବା ବେଳେ ପାତାଳୀ ସେନା, ଏନସିସି ସୋନପୁର, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା, ସହଯୋଗ କରି ଥିଲେ । ରାଜମନୀ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରର ପାତାଳୀ ଶ୍ରୀକ୍ଷେତ୍ରରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଥିଲା । କଣ୍ଠଶିଳ୍ପୀ ସୁଦର୍ଶନ ବିଶ୍ୱାଳ, କାର୍ତିକ ଭୁକ୍ତା, ରତ୍ନା ତ୍ରିପାଠୀ, ମହେଶ ଶତପଥି,ଇପ୍ସିତା ପ୍ରିୟଦର୍ଶିନୀ ପାଢ଼ୀ ଗୀତ ପରିବେଷଣ କରିଥିବା ବେଳେ ବାଦ୍ୟ ଯନ୍ତ୍ରରେ ରାଜେଶ ଶତପଥି, ଢୋଲରେ ପୃଥ୍ୱୀରାଜ ଜଗଦଳା ଉପସ୍ଥିତ ରହି କାର୍ଯ୍ୟକ୍ରମ କରି ଥିଲେ । ପାତାଳୀ ଟ୍ରଷ୍ଟ ର ସଭ୍ୟ ପୁର୍ଣ ଚନ୍ଦ୍ର ପାଢ଼ୀ ସଂଯୋଜନା କରି ଥିଲେ । ବର୍ଷା ସତ୍ୱେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା ।

