Homelocalପାଣି ଟାଙ୍କି ଉପରେ ଷଣ୍ଢ, ଉଦ୍ଧାର ପାଇଁ ନାକେଦମ୍ ଅଗ୍ନିଶମ ବାହିନୀ

ପାଣି ଟାଙ୍କି ଉପରେ ଷଣ୍ଢ, ଉଦ୍ଧାର ପାଇଁ ନାକେଦମ୍ ଅଗ୍ନିଶମ ବାହିନୀ

କାମାକ୍ଷାନଗର, (୦୬/୧୧) : ଆପ୍ର : ପାଣି ଟାଙ୍କି ଉପରେ ଷଣ୍ଢ । ଉଦ୍ଧାର ପାଇଁ ନାକେଦମ୍ ଅଗ୍ନିଶମ ବାହିନୀ । ଦୀର୍ଘ ସମୟ ଧରି ତଳକୁ ଓହ୍ଲାଇବାକୁ ଉଦ୍ୟମ କରି ମଧ୍ୟ ଫେଲ୍ ।

ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଲକ ବାହାଡ଼ା ଗାଁରେ । ଗାଁରେ ଥିବା ପ୍ରାୟ ୫୦ ଫୁଟ ଉଚ୍ଚତାର ପାଣି ଟାଙ୍କି ଉପରେ ଏକ ଷଣ୍ଢ ଚଢ଼ିଯାଇଥିବାରୁ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ । ଆଜି ସକାଳେ ଷଣ୍ଢଟି ପାଣି ଟାଙ୍କି ଉପରେ ଚଢ଼ିଯାଇଥିବା ଦେଖି ଗାଁଲୋକେ ତାକୁ ତଳକୁ ଓହ୍ଲାଇବା ପାଇଁ ଉଦ୍ୟମ କରିଥିଲେ । ଦୀର୍ଘ ଘଣ୍ଟା ପରେ ମଧ୍ୟ ସେମାନଙ୍କ ଉଦ୍ୟମ ସଫଳ ହୋଇନଥିଲା । ଷଣ୍ଢଟି ପାଣି ଟାଙ୍କି ଚାରିପଟେ ଘୁରି ବୁଲିଥିଲା । ପରେ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢକୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ହେଲେ ସେମାନଙ୍କ ଉଦ୍ୟମ ମଧ୍ୟ ବିଫଳ ହେବାରୁ ଶେଷରେ ଫେରିଯାଇଥିଲେ । ଫଳରେ ଏବେ ବି ପାଣି ଟାଙ୍କି ଉପରେ ଫସି ରହିଛି ଷଣ୍ଢ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments