ରାଇକିଆ, (୧୫/୧୧) : ଆପ୍ର : ରାଜ୍ୟରେ ନୂତନ ଭାବେ ମଞ୍ଜୁର ହୋଇଥିବା ସମସ୍ତ ମଧୁବାବୁ ଭତ୍ତା ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟ ଚାଲୁ ରହିଥିବା ଅବସରରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ମଧ୍ଯ ନୂତନ ଭତ୍ତା ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଅଛି ।
ଏହି ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ରୀନା ପ୍ରଧାନ,ଗୋଷ୍ଠି ଉନ୍ନୟନ ଅଧିକାରୀ ଡକ୍ଟର ସବ୍ୟସାଚୀ ସାହୁ,ସାଂସଦ ପ୍ରତିନିଧୀ ସନ୍ତୋଷେ କୁମାର ଲେଙ୍କା, ବିଧାୟକ ପ୍ରତିନିଧୀ ପ୍ରତାପ ଚନ୍ଦ୍ର ଦିଗାଳ,ରାଇକିଆସରପଞ୍ଚ ଗୀତାଞ୍ଜଳୀ ନାୟକ, ଅଶୋକ ପ୍ରଧାନ, ଏସ ଡି ସି ବ୍ଲକ ପ୍ରତିନିଧୀ ସଞ୍ଜୟ ପ୍ରଧାନ ଓ ବିଜେପି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତରୁଣସେନ୍ ପ୍ରଧାନ ଯୋଗ ଦେଇ ପ୍ରଥମେ ପ୍ରଦିପ ପ୍ରଜ୍ୱଳନ କରି, ଅଭିଭାଷଣ ମାନ ପ୍ରଦାନ କରି ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ, ବୃଦ୍ଧ ବୃଦ୍ଧା ମାନଙ୍କୁ ଦିଆଯାଉଥିବା ଵିଷୟରେ ସୂଚାଇ ଥିଲେ ।
ତତ୍ ପରେ ନୂତନ ତଥା ଯୋଗ୍ୟ ୪୦ ଜଣ ହିତାଧିକାରୀ ମାନଙ୍କୁ ଭତ୍ତା କାର୍ଡ ସହ ନଗଦ ଆକାରରେ ଭତ୍ତା ଟଙ୍କା ବଣ୍ଟନ କରାଯାଇଥିଲା, ଏହି ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମକୁ ବିବେକ ନାୟକ ଉପସ୍ଥାପନ କରିଥିବାବେଳେ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ପରିଚାଳନା କରିବା ସହ ପରିଶେଷରେ ପ୍ରତ୍ୟେକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

