ରାୟଗଡ଼ା, (୧୫/୧୧) : ଆପ୍ର : ସ୍ଥାନୀୟ ପିତାମହଲ ସ୍ଥିତ ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲ ପରିସରରେ ଶିଶୁଦିବସ ମହାସମାରୋହରେ ପାଳିତ ହେବା ସହ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହିଉତ୍ସବରେ ୨ୟ ଓଡ଼ିଶା ଗର୍ଲ୍ସ ବାଟାଲିୟନ ଏନସିସିର ସୁବେଦାର ମେଜର ବି.କେ. ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଆର.କେ. ମହାପାତ୍ର ମୁଖ୍ୟଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରିସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବକ୍ତାମାନେ ଶିଶୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ – ମୁଖ୍ୟଅତିଥି ସୁବେଦାର ମେଜର ବି.କେ. ଜେନା ଛାତ୍ରଛାତ୍ରୀ ମାନଙ୍କୁ ଦେଶପ୍ରେମ, ଶୃଙ୍ଖଳା ଏବଂ ଆତ୍ମନିର୍ଭରଶୀଳ ହେବାକୁପ୍ରେରଣା ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ଆର.କେ. ମହାପାତ୍ର ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉତ୍ତମ ନାଗରିକ ହେବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ । ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ରୀ ମହେଶ୍ୱର ବାଚିଲି ଶିଶୁ ଦିବସ ର ଐତିହାସିକ ମହତ୍ତ୍ୱ ବିଷୟରେ ଆଲୋଚନା କରିଥିବା ବେଳେ ଗଣିତ ଶିକ୍ଷକ ଶ୍ରୀ ରବିଶ କୁମାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାର୍କିକ ଚିନ୍ତାଧାରା ଓ ସୃଜନଶୀଳତାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତି ଯୋଗିତା ରେ କୃତିତ୍ୱ ଅର୍ଜନ କରିଥ ିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିଥିଲା । ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହା ସହିତ ଶ୍ରୀ ସତ୍ୟ ସାଇ ମୋବାଇଲ ହସ୍ପିଟାଲର ମାଗଣା ସ୍ୱାସ୍ଥ୍ୟ ସେବା (ସ୍କୁଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ) ଆନୁକୂଲ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା ।
ୟୁ ପିଏଚସି-୧ର ଦନ୍ତ ଚିକିତ୍ସକ ଡା. ଅମିତ କୁମାର ପରିଡ଼ା ଏବଂ ଅପ୍ଟୋମେଟ୍ରିଷ୍ଟ ଶ୍ରୀ ଅଜିତ କୁମାର ମୋଗୁଲୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ପ୍ରାୟ ୧୭୦ ଜଣ ଛାତ୍ରଛାତ୍ରୀଙ୍କ ଦାନ୍ତ, ଚକ୍ଷୁଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହିସ୍ୱାସ୍ଥ୍ୟ ଶିବିର ପରିଚାଳନାରେ ଶ୍ରୀ ସି.ଏସ୍. ମହାନ୍ତି, ଶ୍ରୀ କୃଷ୍ଣ ଶଙ୍କର ପାଢ଼ୀ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସକ୍ରିୟ ସହଯୋଗ କରିଥିଲେ । ସମଗ୍ର ମଞ୍ଚ ପରିଚାଳନା ଦାୟିତ୍ୱ ଶ୍ରୀ ସIନ୍ତେଶ୍ୱର ମହାନ୍ତି, ଶ୍ରୀ ଲକ୍ଷ୍ମଣ ଦାସ, ଶ୍ରୀମତୀ ନିହାରିକା ପାତ୍ର ଏବଂ ସୁଶ୍ରୀ ସିମରନ ନାୟକ ଅତିସୁନ୍ଦର ଭାବେ ତୁଲାଇଥିଲେ । ପରିଶେଷରେ ଶ୍ରୀମତୀ ନିହାରିକା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

