ରାଇକିଆ, (୧୫/୧୧) : ଆପ୍ର : ବିଗତ ଅର୍ଣ୍ଣବ ଝଡ଼ ବାତ୍ୟା ସମୟରେ ଇନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁବା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମୋହନ ମହାରଣା, ବୟସ ୪୭, ତୋଫାନ ବର୍ଷାରେ କୁଆଡ଼େ ନିରୁର୍ଦ୍ଧିଷ୍ଟ ହୋଇଯାଇଥିଲେ ।
ଏହି କ୍ରମରେ ବହୁ ଖୋଜାଖୋଜି କଲା ପରେ ତାଙ୍କ ସ୍ତ୍ରୀ ରାଇକିଆ ଥାନାରେ ଏତଲା ଦାଖଲ କରିଥିଲେ ଏବଂ ଅତି ଦୁଃଖର ସହ ସମସ୍ତ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଥିଲେ କିନ୍ତୁ କୌଣସି ପ୍ରକାରେ କିଛି ଆତାପତା ମିଳି ନଥିଲା । ତେବେ କୌଣସି ପ୍ରକାରେ ସୂଚନା ପ୍ରାୟ ୧୫ ଦିନ ପରେ ରତିଙ୍ଗି ଗ୍ରାମ ନିକଟରେ ରହିଥିବା ଖବର ପାଇବା ମାତ୍ରେ ରାଇକିଆ ଥାନା ପୋଲିସ ଅଧିକାରୀ ଏ ସ୍ୱର୍ଣ୍ଣଲତା ପାତ୍ର ଓ ଏସ୍ ଆଇ ସିତାପ୍ରସାଦ ବିଷୟୀ ସଦଳେ ବଳେ ଆଇ ଆର୍ ବି ଯବାନ ମାନେ ଓ ସ୍ଥାନୀୟ ଯୁବକ ମାନଙ୍କ ସହ ନିଖୋଜ ଶିକ୍ଷକଙ୍କୁ ଉଦ୍ଧାର କରି ଏକ ଲୁଗାରେ ଭାର କରି ଜଙ୍ଗଲ ରାସ୍ତାରେ ବହନ କରି ଦୀର୍ଘ ପ୍ରାୟ ଚଉଦ ପନ୍ଦର କିଲୋମିଟର ଚାଲି ଚାଲି ମୁଖ୍ୟ ସଡ଼କ ଲଣ୍ଡାବାଲିକୁ ଅଣାଯାଇଥିଲା । ତତ୍ ପରେ ଆମ୍ବୁଲାନ୍ସ ଯୋଗେ ରାଇକିଆକୁ ଆଣି ପୋଲିସ ଥାନା ନିଖୋଜ ଉଦ୍ଧାର କେସ MMR No ୧୬/୨୬ ରେକର୍ଡ କରି , ବାସନ୍ତିପଲୀ ଗ୍ରାମରେ ତାଙ୍କ ପରିବାର ଅର୍ଥାତ୍ ସ୍ତ୍ରୀ ଏବଂ ବଡ଼ ଭାଇଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରିଣୀ ସ୍ୱର୍ଣ୍ଣଲତା ପାତ୍ର ସୂଚନା ଦେଇଛନ୍ତି ।

