ଭୁବନେଶ୍ୱର, (୦୮/୦୮) : ଆପ୍ର : ନଦୀରେ ବୁଡ଼ି ୨ ନିଖୋଜ । ଗାଧୋଉଥିବା ବେଳେ ବୁଡ଼ିଗଲେ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ସତ୍ୟଭାମାପୁର ପଞ୍ଚାୟତ ସାଇ ମନ୍ଦିର ନିକଟରେ ଅଭାବନୀୟ ଘଟଣା ।
୪ ଜଣ ଯୁବକ ନଦୀକୁ ଗାଧୋଇବା ପାଇଁ ଆସିଥିଲେ । ଗାଧୋଇବା ସମୟରେ ହଠାତ ୨ ଜଣ ଗଭୀର ପାଣିରେ ବୁଡ଼ିଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଦୁଇ ଯୁବକ ହେଲେ ଦିବ୍ୟଜ୍ୟୋତି ସ୍ୱାଇଁ ଓ ରୁଦ୍ର ନାରାୟଣ ସ୍ୱାଇଁ । ଦିବ୍ୟଜ୍ୟୋତିଙ୍କ ଘର ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ବେଳେ, ରୁଦ୍ର ନାରାୟଣଙ୍କ ଘର ଧଉଳି ଅଞ୍ଚଳରେ । ଦୁହିଁଙ୍କ ବୟସ ୨୦ ବର୍ଷରୁ କମ୍ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ନିଖୋଜ ଦୁଇ ଯୁବକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ।

