ବରଗଡ଼, (୦୮/୦୮) : ଆପ୍ର : ବାପାଙ୍କ ଆଖି ସାମ୍ନାରେ ଚାଲିଗଲା ପୁଅର ଜୀବନ। ଅଳ୍ପକେ ବର୍ତ୍ତିଗଲେ ବାପା । ସ୍କୁଟି କୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ ।
ନାବାଳକ ପୁଅ ତରୁଣ ଅଗ୍ରୱାଲ ମୃତ, ବାପା ରୋଶନ ଅଗ୍ରୱାଲ ଗୁରୁତର । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ବରଗଡ଼ ଜିଲ୍ଲା ସୋହେଲା ଥାନା ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଭାବେ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରୋଶନ ଅଗ୍ରୱାଲ ଭର୍ତ୍ତି ହୋଇଥିବା ସୂଚନା । ଘଟଣା ସ୍ଥଳରେ ସୋହେଲା ପୋଲିସ । ସୂଚନା ଅନୁସାରେ, ବାପା ଓ ପୁଅ ଏକ ସ୍କୁଟିରେ ଯାଉଥିବା ସମୟରେ ସୋହେଲା ଥାନା ଛକ ନିକଟରେ ଏକ ମାଲବୋଝେଇ ଟ୍ରକ୍ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ନାବାଳକ ତରୁଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେହିପରି ବାପା ରୋଶନ ଅଗ୍ରୱାଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଟ୍ରକ୍ଟି କେଉଁ ପରିସ୍ଥିତିରେ ସ୍କୁଟିକୁ ଧକ୍କା ଦେଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

