ମଣ୍ଡିରେ ଧାନ ବିକ୍ରି କରିନପାରି ଜୀବନ ହାରିଲେ ଚାଷୀ, ଟୋକନ ମିଳିବାର ୨୪ଦିନ ପରେ ବି ଉଠିଲାନି ମଣ୍ଡିରୁ ଧାନ

Date:

Share post:

ନୂଆପଡା, (୨୪/୦୬) : ଆପ୍ର : ରବି ଋତୁରେ ଦିନକୁ ଦିନ ବିଷମ ହେବାରେ ଲାଗିଛି ମଣ୍ଢି ସମସ୍ୟା । ଏବେବି ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ବିକ୍ରି ନହୋଇ ପଡିରହିଛି ପ୍ରାୟ ୩ଲକ୍ଷ ବସ୍ତା ଧାନ ।

ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଜୀବନ ହାରିଲେ ଚାଷୀ । ନୂଆପଡା ଜିଲ୍ଲା କୋମନା ବ୍ଲକ ଜଡାମୁଣ୍ଡା ଗାଁରୁ ଆସିଛି ଚାଷୀଙ୍କ ଜୀବନ ହାରିବା ଖବର । ମିଳିଲା ଟୋକନ । ହେଲେ ମଣ୍ଡିରେ ବିକ୍ରି ହେଲାନି ଧାନ । ଜଡାମୁଣ୍ଡା ମଣ୍ଡିରେ ଧାନ ବିକ୍ରି ନହେବାରୁ ନେପାଳ ମାଝି କୀଟ ନାଶକ ପିଇ ଜୀବନ ହାରିଥିବା ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମେ ୩୦ରୁ ଧାନ ବିକ୍ରି ପାଉଁ ଟୋକନ ପାଇଥିଲେ । କିନ୍ତୁ ୨୪ଦିନ ପରେ ବି ଜଡ଼ାମୁଣ୍ଡା ମଣ୍ଡିରେ ଧାନ ବିକ୍ରି କରିପାରିନଥିଲେ । ଧାରକରଜ କରି ରବି ଧାନଚାଷ କରିଥିବାରୁ ଏହାକୁ ନେଇ ମାନସିକ ଚାପରେ ଥିଲେ ନେପାଳ । ଗତକାଲି କିଛି ଚାଷୀଙ୍କ ସହ ନେପାଳ ନୂଆପଡା ଜିଲ୍ଲା ଯୋଗାଣ ଅଫିସ ଯାଇ ଧାରଣା ଦେବା ସହ ମଣ୍ଡିରୁ ଧାନ ଶୀଘ୍ର ଉଠେଇବା ପାଇଁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶ୍ରୁତି ନମିଳିନଥିଲା । ପରେ ନିଜ ଚାଷ ଜମିକୁ ଯାଇ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ ବିତରଣ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, (୨୪/୦୬ ) : ଆପ୍ର : ସ୍କୁଲ ମାନଙ୍କରେ ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ ବିତରଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼...

୭ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନର ଧାରଣା

ବରଗଡ, (୨୪/୦୬) : ଆପ୍ର : ପୁଣି ଧାନ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗର୍ଜିଲା ସଂଯୁକ୍ତ କୃଷକ...

କେସିଙ୍ଗା ଏନ୍‌ଏସି ତରଫରୁ ବଗାଡରେ ଜବରଦଖଲ ଉଚ୍ଛେଦ

କେସିଙ୍ଗା, (୨୪/୦୬) : ଆପ୍ର : ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ୧୯୬୫ରେ ଗଠିତ କେସିଙ୍ଗା ଏନ୍‌ଏସିରେ ଅନେକ ସ୍ଥାନରେ ଜବରଦଖଲ ଅଭିଯୋଗ...

ଦାଦାର ବାଡ଼ି ପ୍ରହାରରେ ଝିଆରୀ ମୃତ

ବାସୁଦେବପୁର, (୨୪/୦୬) : ଆପ୍ର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଭୈରବପୁର ଗାଁ'ରେ ଅଘଟଣ । ଦାଦାର ବାଡ଼ି ପ୍ରହାରରେ ଝିଆରୀର...