Homebreaking newsମରିଗଲା ମାନବିକତା, ଧର୍ମ ପରିବର୍ତ୍ତନ ପାଇଁ ବୃଦ୍ଧଙ୍କୁ ମିଳିଲାନି ଶ୍ମଶାନ

ମରିଗଲା ମାନବିକତା, ଧର୍ମ ପରିବର୍ତ୍ତନ ପାଇଁ ବୃଦ୍ଧଙ୍କୁ ମିଳିଲାନି ଶ୍ମଶାନ

ରାୟଗଡା, (୦୩/୦୭) : ଆପ୍ର : ଧର୍ମ ପରିବର୍ତ୍ତନ ପାଇଁ ମିଳିଲାନି ଶ୍ମଶାନ । ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନିୟ ଚିତ୍ର ସାମ୍ନାକୁ ଆସିଛି ।

ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । ସୂଚନାରୁ ଜଣାପଡିଛି ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ ଖ୍ରୀଷ୍ଟଆନ ଧର୍ମ ଗ୍ରହଣ କରିଥିଲେ । ଜାକାକା ଦାମ ୫ ବର୍ଷ ତଳେ ଖ୍ରୀଷ୍ଟଆନ ଧର୍ମ ଗ୍ରହଣ କରିଥିଲେ । କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ସକାଳ ୭ଟା ସମୟରେ ସେ ମୃତ୍ୟୁବରଣ କରିଥିଲେ । ଦାମଙ୍କୁ ସ୍ଥାନୀୟ ଶ୍ମଶାନରେ କବର ଦେବା ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ମୃତଦେହ ପୋଡ଼ା ଯାଉଥିବାରୁ ଦାମଙ୍କ ମୃତଦେହକୁ କବର ଦେବା ପାଇଁ ଗ୍ରାମବାସୀମାନେ ବାରଣ କରିଥିଲେ ।

ଗ୍ରାମବାସୀମାନେ ବିରୋଧ କରୁଥିବାରୁ ବର୍ତ୍ତମାନ ସୁଦ୍ଧା ଶବର ଶେଷକୃତ୍ୟ ହୋଇପାରିନଥିବା ଜଣାପଡିଛି । ମୃତ ଦାମଙ୍କ ୩ପୁଅ ଏବଂ ଅନ୍ୟ ସଂପର୍କିୟ ମାନେ ରହିଥିବା ବେଳେ ଏନେଇ କୌଣସି ଅଭିଯୋଗ କାହାରିକୁ କରାଯାଇନାହିଁ । ସ୍ଥାନୀୟ ପରମ୍ପରା ଅନୁଯାୟୀ ଗ୍ରାମରେ କେହି ମୃତ୍ୟୁବରଣ କରି ଲେ ରୋଷେଇ ହୁଏ ନାହିଁ । ଗୋଟିଏ ପଟେ ଗ୍ରାମରେ ରୋଷେଇ ବନ୍ଦ ରହିଛି ଏବଂ ଅନ୍ୟପଟେ ପ୍ରାୟ ୧୭ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶେଷକୃତ୍ୟ ପାଇଁ ଶ୍ମଶାନ ମିଳିନପାରିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶେଷକୃତ୍ୟ ପାଇଁ ଗ୍ରାମରେ ବୈଠକ ହୋଇଥିବା ବେଳେ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments