ଅଟୋକୁ ଧକ୍କା ଦେଲା ସଫାରୀ, ଚାଲିଗଲା ବାପ-ଝିଅଙ୍କ ଜୀବନ

Date:

Share post:

ସମ୍ବଲପୁର, (୧୧/୦୬) : ଆପ୍ର : ଅଟୋକୁ ଧକ୍କା ଦେଲା ସଫାରୀ । ଚାଲିଗଲା ବାପ-ଝିଅଙ୍କ ଜୀବନ । ସମ୍ବଲପୁର ଧନୁପାଲି ଥାନା ଶଙ୍କର ମଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଅଟୋରେ ବାପ-ଝିଅ ଘରକୁ ଫେରୁଥିବାବେଳେ ଏକ ସଫାରୀ ଗାଡି ଧକ୍କା ଦେଇଥିଲା । ପରେ ସଫାରୀ ଗାଡ଼ିଟି ଏକ ପୋଖରୀକୁ ଖସି ପଡିଥିଲା । ଅଟୋରେ ଥିବା ବାପା ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ଝିଅ ଅଟୋରେ ଚାପି ହୋଇଯାଇଥିଲେ । ଉଭୟଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବିଳମ୍ବିତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ମୃତକ ମାନେ ହେଲେ ସମ୍ବଲପୁର ଧନୁପାଲିର ୩୫ ବର୍ଷୀୟ ସୁରେନ୍ଦ୍ର ବେହେରା ଓ ତାଙ୍କ ୫ ବର୍ଷୀୟ ଝିଅ ଶୁଭଶ୍ରୀ ବେହେରା । ସୁରେନ୍ଦ୍ର ନିଜ ଅଟୋରେ ଝିଅକୁ ନେଇ ଘରକୁ ଫେରଥିଲେ। ଏହି ସମୟରେ ଶଙ୍କର ମଠ ପାଖରେ ଥିବା ରାସ୍ତା କଡ଼ ଏକ ଦୋକାନ ସାମ୍ନାରେ ଅଟୋ ଛିଡା କରିଥିଲେ । ତେବେ ପଛ ପଟୁ ଏକ ସଫାରୀ ଗାଡି ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଅଟୋଟି ଚୁରମାର ହେବା ସହ ବାପ ଝିଅଙ୍କ ମୃତ୍ୟୁ ହୋଇଛି । ଅଟୋକୁ ଧକ୍କା ଦେବା ପରେ ସଫାରୀ ଗାଡି ପୋଖରୀ ଭିତରକୁ ପଶି ଯାଇଛି । ଏହା ସହ ସଫାରୀ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି । ବନ୍ୟା ଓ ଲଗାଣ...

ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ...