ନିର୍ମାଣର ୨ ଦିନ ମଧ୍ୟରେ ଦବିଗଲା କଲଭର୍ଟ ; ଲୋକେ ହନ୍ତସନ୍ତ

Date:

Share post:

ସମ୍ବଲପୁର, (୦୬/୦୬) : ଆପ୍ର : ସମ୍ବଲପୁରର ମୁଦିପଡା ପାଣିଟାଙ୍କି ପଡାରେ ଥିବା ମୁଖ୍ୟ କଲଭର୍ଟ ନିର୍ମାଣର ୨ ଦିନ ମଧ୍ୟରେ ଦବି ଯାଇଛି

ଅତ୍ୟନ୍ତ ନିମ୍ନମାନର ନିର୍ମାଣ ଯୋଗୁଁଁ ଏହି ପ୍ରମୁଖ କଲଭର୍ଟ (ସ୍ପର୍ଶ ନର୍ସିଂହୋମ ସମ୍ମୁଖ)ଟି ଗତ ମଙ୍ଗଳବାର ନିର୍ମାଣ ହୋଇଥିବା ବେଳେ ଗୁରୁବାର ରାତ୍ରିରେ ଏହା ଦବି ଯାଇଛି । ଫଳରେ ଅଞ୍ଚଳରୁ ଆବର୍ଜନା ଜଳ ନିଷ୍କାସିତ ହୋଇ ପାରୁ ନ ଥିବା ବେଳେ ଉକ୍ତ କଲଭର୍ଟ ତଳ ଦେଇ ଯାଇଥିବା ପାନୀୟ ଜଳ ପାଇପ ମଧ୍ୟ ଭାଙ୍ଗି ଯାଇ ପାନୀୟ ଜଳ ଯୋଗାଣ ମଧ୍ୟ ବାଧିତ ହୋଇଛି । ଆଜି ସକାଳୁ ଅବସ୍ଥା ଏଭଳି ହୋଇଥିଲା ଯେ, କିଛି ଅଞ୍ଚଳବାସୀ ବାଧ୍ୟ ହୋଇ ଜଳ ନିଷ୍କାସନ ପାଇଁ ଉକ୍ତ କଲର୍ଭଟ ନିକଟସ୍ଥ ଅଞ୍ଚଳକୁ ନିଜେ ସଫେଇ କରିଛନ୍ତି । ପୁର୍ବରୁ ବର୍ଷା ଜଳ ଯିବାରେ ବାଧିତ ହେଉଥିବା ବେଳେ ଏବେ ନିମ୍ନମାନ ଏବଂ ତ୍ରୁଟିପୁର୍ଣ୍ଣ ନିର୍ମାଣ ଯୋଗୁଁଁ ନାଳ ଜଳ ମଧ୍ୟ ନିଷ୍କାସନରେ ଅସୁବିଧା ହେଉଛି ।

ଅପରପକ୍ଷରେ ଏହି ଘଟଣା ସମ୍ପର୍କରେ ନିଗମ କମିଶନର ରେହାନ ଖତ୍ରୀଙ୍କୁ ପଚରାଯିବାରୁ ଏ ସଂକ୍ରାନ୍ତରେ ବୁଝିକି କହିବେ ବୋଲି କହିଥିଲେ। ତେବେ ଏହି ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ପୁନଃ ନିର୍ମାଣ ଠିକାଦାର ଦ୍ୱାରା କରାଯିବ କି ନିଗମ ପୁଣି ଥରେ ଖର୍ଚ୍ଚ କରିବ ଆଦି ବିଭିନ୍ନ ପ୍ରଶ୍ନକୁ ନିଗମ କମିଶନର ଏଡାଇ ଯାଇଛନ୍ତି । ଅପରପକ୍ଷରେ ଅନଭିଜ୍ଞ ଠିକାଦାର, ଦାୟିତ୍ୱହୀନ କାର୍ଯ୍ୟ ପାଇଁ ବିଗତ ବର୍ଷ ଭଲ ଭାବରେ ନିର୍ମିତ ଏହି ରାସ୍ତାଟି ଏବେ ଖାଲଖମାରେ ଭର୍ତ୍ତି ହୋଇଯାଇଛି । ଭୁଲ ନିର୍ମାଣ ଯୋଗୁଁଁ ଏବେ ପାଣିଟାଙ୍କିପଡାର ଶହ ଶହ ପରିବାର ବର୍ଷା ଋତୁରେ କଣ ଅବସ୍ଥା ହେବ ବୋଲି ଚିନ୍ତିତ ରହିଛନ୍ତି । ଯଦି ତୁରନ୍ତ ଏହାକୁ ଠିକ କରା ନ ଯାଏ, ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...