ସୁବର୍ଣ୍ଣପୁର, (୦୯ /୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ଥ ସୋନପୁର – ବିନିକା ଜାତୀୟ ରାଜପଥ ୧୨୬ ଏ ଫୁଲମୁଠି ଜାମଛାପର ମଝିରେ ଥିବା କଡ଼ି ଜୋର ପାଖ କଲଭର୍ଟ ରେ ଓ ଡି ୧୫ ଡି ୩୨୭୧ ୱାଗାନର ଗାଡ଼ି ଟି କଲଭର୍ଟ କୁ ପିଟି ଦେବାରୁ ଜଣକର ମୃତ୍ୟୁ ଓ ଡ୍ରାଇଭର ଆହତ ହୋଇଛନ୍ତି l
ମୃତ ବ୍ୟକ୍ତି ଜଣକ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଧିନସ୍ଥ ଦବଲା ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ଆହତ ହୋଇଥିବା ଡ୍ରାଇଭର ଡୁମ୍ବେର ପାଲି ଗ୍ରାମର ବିପିନ ଭୋଇ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ମୃତ ଦେବେନ୍ଦ୍ର, ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ର ସାଧାରଣ ସମ୍ପାଦକ ଥିଲେ ଓ ବିପିନ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ର ପୂର୍ବତନ ଉପ ସଭାପତି ଥିଲେ । ଦୁର୍ଘଟଣା ହେବାପରେ କେହିଜଣେ ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଅଗ୍ନିଶମ ବାହିନୀ ଦେବେନ୍ଦ୍ର କୁ ଉଦ୍ଧାର କରି ବିନିକା ହସ୍ପିଟାଲ କୁ ଆଣିଥିଲେ । ହେଲେ ଡାକ୍ତର ଦେବେନ୍ଦ୍ର ଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିନିକା ପୁଲିସ ଶବ କୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଆଇଆଇସି ଅନିତା କିଡୋ ପ୍ରକାଶ କରିଛନ୍ତି ।

