Homelocalବିନିକା ଶୀତଳଷଷ୍ଠୀ ପରିଚାଳନା କମିଟୀ ପକ୍ଷ ରୁ ମହା ଜଳଶାୟୀ

ବିନିକା ଶୀତଳଷଷ୍ଠୀ ପରିଚାଳନା କମିଟୀ ପକ୍ଷ ରୁ ମହା ଜଳଶାୟୀ

ସୁବର୍ଣ୍ଣପୁର, (୦୯/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗଡ଼ଭିତର ସ୍ଥିତ ବାବା ବିଶେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ପରିଚାଳନା କମିଟୀ ପକ୍ଷରୁ ଶୀତଳଷଷ୍ଠୀ ମହୋତ୍ସବ ୨୦୨୬ ର ଆୟବ୍ୟୟ ହିସାବ ଦେବା ଉଦେଶ୍ୟରେ ଏକ ଜଳଶାୟୀର ଆୟୋଜନ କରାଯାଇଥିଲା ।

ଶୀତଳଷଷ୍ଠୀ ଯାତ୍ରାର ବରପକ୍ଷ ପିତାମାତା ରଞ୍ଜିତ ପଣ୍ଡା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର (ଡଭଲା) ଏବଂ କନ୍ୟା ପିତାମାତା ରଞ୍ଜିତ ପଣ୍ଡା ଓ ଲିପିକା ପଣ୍ଡା (ଉର୍ଲେ) ଜଳଶାୟୀର ପୂଜାର୍ଚନା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଭାବେ ଉମାବଲ୍ଲଭ ଷଢଙ୍ଗୀ ଓ ଲିପୁନ ଥନାପତି ପୂଜା କାର୍ଯ୍ୟ ତୁଲାଇ ଥିଲେ । ଏହି ପରିପେକ୍ଷିରେ ସଭାପତି ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଚରଣ ମେହେର ଆୟବ୍ୟୟର ହିସାବ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନ କରିଥିଲେ ।

ଉକ୍ତ ସଭାରେ କାର୍ଯ୍ୟକରି ସଭାପତି ଦୀନବନ୍ଧୁ ମେହେର, ଉପସଭାପତି ଘନଶ୍ୟାମ ମେହେର, ସହ ସମ୍ପାଦକ ସମ୍ବିତ ନେପାକ, କୋଷାଧକ୍ଷ ସଞ୍ଜୟ ଦାସ,ଉପଦେଷ୍ଟା ମଣ୍ଡଳୀର ସୁଧାଂଶୁ ଶେଖର ଦାସ, ହରିଭକ୍ତ ମେହେର, ଅନନ୍ତ ମେହେର, ଅକ୍ଷୟ ମେହେର,ଡ଼. ରାଜେନ୍ଦ୍ର ପାତ୍ର, ନୀଳାଞ୍ଚଳ ମେହେର, ସକ୍ରିୟ ସଦସ୍ୟ ସନ୍ତୋଷ ସାମନ୍ତରା, ତ୍ରିନାଥ ସେଠୀ, ଦୀନବନ୍ଧୁ ମେହେର, ଭିବିଷଣ ମେହେର, ପୁରେନ୍ଦ୍ର ମେହେର, ସଚିତା ନେଗୀ, ମହାବୀର ଅଗ୍ରୱାଲ, ମୁକେଶ ସାମନ୍ତରାୟ, ଶ୍ୟାମ ସୁନ୍ଦର ମେହେର, ସୁନୀଲ ପଣ୍ଡା, ବିଶେଶ୍ୱର ସେଠୀ, ବାବୁଲି ପାତ୍ର, ପୁରୁଷୋତ୍ତମ ମେହେର ଆଦି ଅନେକ ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧି ଭାବେ ଅକ୍ଷୟ ପୁଜାହାରୀ, ଦିଲ୍ଲୀପ ସାହୁ, ଦଧିବାମନ ନାୟକ, ଶାନ୍ତନୁ ପଣ୍ଡା, ସମ୍ବିତ ନେପାକ ଏବଂ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ଭକ୍ତବୃନ୍ଦ ପ୍ରଭୁକୃପା ଲାଭ କରିବା ପାଇଁ ଉପସ୍ଥିତ ଥିଲେ । ଶେଷରେ ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments