ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ : ଜଳିଗଲା ରାଇସ ବ୍ରାନ 

Date:

Share post:

ସୁବର୍ଣ୍ଣପୁର, (୦୪/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଢ଼େଇପଙ୍କ ନିକଟସ୍ତ ସାହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଆଜି ସକାଳେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।

ଉକ୍ତ ଫ୍ୟାକ୍ଟ୍ରିରେ ରାଇସ ବ୍ରାନ ତେଲ ବାହାରୁଥିବା ବେଳେ ସେଠାରେ ଗୋଦାମରେ ଥିବା ଖାଲି ରାଇସ୍ ବ୍ରାନ ଜରି ବସ୍ତାରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇ ଚାରିଆଡ଼େ ବ୍ୟାପି ଯାଇଥିଲା । କିଛି ରାଇସ ବ୍ରାନ ମଧ୍ଯ ଏଥିରେ ଜଳି ଯାଇଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗ ଖବର ପାଇବା ପରେ ତୁରନ୍ତ ଉଲୁଣ୍ଡା, ସୋନପୁର ଓ ବିନିକା ୩ ଗୋଟି ଅଗ୍ନିଶମ ସେବା କେନ୍ଦ୍ରର ଟିମ ଫ୍ୟାକ୍ଟ୍ରିରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏ ନେଇ ଜିଲ୍ଲା ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ଦେ କହିଛନ୍ତି ଖବର ମିଳିବା ପରେ ତିନି ସ୍ଥାନ ରୁ ତାଙ୍କ ଟିମ୍ ତୁରନ୍ତ ପହଞ୍ଚି ନିଆଁକୁ ସଫଳତା ର ସହ ଆୟତ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...