Homelocalପୁରୁଷୋତ୍ତମପୁର ବ୍ଲକ ଦ୍ୱାରା ତିନି ଦିନିଆ ଲକ୍ଷ ପତି ଦିଦି କର୍ମଶାଳା ଓ ଖାଦ୍ୟ ପ୍ରତିଯୋଗିତା...

ପୁରୁଷୋତ୍ତମପୁର ବ୍ଲକ ଦ୍ୱାରା ତିନି ଦିନିଆ ଲକ୍ଷ ପତି ଦିଦି କର୍ମଶାଳା ଓ ଖାଦ୍ୟ ପ୍ରତିଯୋଗିତା ଉଦଯାପିତ

ଗଞ୍ଜାମ, (୨୧/୦୮) : ଆପ୍ର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ତରଫରୁ ବିପିସି (ବ୍ଲକ ପ୍ରୋଜେକ୍ଟ କୋଡ଼ି ନେଟର ) ସାଇଦତ୍ତ ବେହେରା ଙ୍କ ସଂଯୋଜନା ରେ ଏବଂ ସିଡିପିଓ ଲଳିତା ମଲିକ ଓ ବିପିଏମ ମିନେନ୍ଦ୍ର ଦଳେଇ ଙ୍କ ପ୍ରତକ୍ଷ୍ ନେତୃତ୍ୱ ରେ ସପ୍ତେଶ୍ଵର ମନ୍ଦିର ପରିସର ରେ ତିନି ଦିନିଆ ଲକ୍ଷପତି ଦିଦି କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2026 08 21 at 18.03.55

ରାଜ୍ୟ ସରକାର ଙ୍କ ସହଯୋଗ ରେ ମହିଳା ମାନଙ୍କୁ ସ୍ୱରୋଜଗାର, ସ୍ୱାବଲମ୍ବୀ କରି ସେମାନଙ୍କ ବିଭିନ୍ନ ଜୀବିକା ମିଶନକୁ ସୁଦୃଢ଼ କରିବା ସହ ବାର୍ଷିକ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଆୟ କରିବା ଦିଗରେ ସରକାରଙ୍କ ଲକ୍ଷକୁ ପୂର୍ଣ୍ଣ କରି ବ୍ଲକ ସ୍ତର ରେ ଲକ୍ଷପତି ଦିଦି ଭାବେ ପୁରସ୍କୃତ ହୋଇ ନାମ ରଖିବା ଏହାହିଁ ହେଉଛି ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ । ଯାହାଦ୍ୱାରା ସେମାନଙ୍କ ପାଇଁ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ରହିଥିଲା ।

କାର୍ଯ୍ୟକ୍ରମରପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବ୍ଲକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଦେବାଶିଷ ସାମଲ ଙ୍କ ସହ ବିଧାୟକ ପ୍ରତିନିଧି ମନୋଜ ଦାଶ ଙ୍କ ସହ ବ୍ଲକ କୃଷି ଅଧିକାରୀ ସୁଭଦର୍ଶିନୀ ବେହେରା, ଉଦ୍ୟାନ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାନ୍ତି, ବ୍ଲକ ପ୍ରାଣୀ ସିକିତ୍ସା ସହ ଅଧିକାରୀ ଶାନ୍ତା ସ୍ୱରୂପ ମିଶ୍ରଙ୍କ ସହ ପଞ୍ଚାୟତ ର କିଛି ଜନ ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରଥମେ ଅତିଥି ମାନେ ସେଠାରେ ପଡ଼ିଥିବା ବିଭିନ୍ନ ନିଜ ଶୈଳୀରେ ନିର୍ମିତ ପାରମ୍ପରିକ ଖାଦ୍ୟ ଷ୍ଟାଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମାନ କୁ ବୁଲି ଦେଖି ବହୁତ ଖୁସି ବ୍ୟକ୍ତ କରିଥିଲେ ।

ତାପରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ଅତିଥି ମାନଙ୍କୁ ମହିଳା ମାନଙ୍କ ଦ୍ୱାରା ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ପରେ ଅତିଥି ମାନେ ଏହି କାର୍ଯ୍ୟକ୍ରମ ଉପରେ ମହିଳା ମାନେ କିପରି ଏହି ଯୋଜନାରେ ଅଧିକ ଲାଭବାନ ହୋଇ ପାରିବେଏବଂ କୋଟି ପତି ଦିଦି ହୋଇ ପାରିବେ ତାଉପରେ ବୁଝାଇ ଥିଲେ ଏବଂ ବିଭିନ୍ନ ଷ୍ଟଲ ଓ ଲକ୍ଷ ପତି ଦିଦି ମାନଙ୍କ କାର୍ଯ୍ୟରେ ଭଲ କରିଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟି କୁ ଚେକ ପ୍ରଦାନ କରିଥିଲେ ।

ସେହିପରି ଦ୍ୱତୀତ ଓ ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ପୂର୍ଣଚନ୍ଦ୍ର ସେଠୀ, ବ୍ଲକ୍, ଅଧ୍ୟକ୍ଷା ପିଙ୍କି ବେହେରା, ବିଡିଓ ଇନ୍ ଚାର୍ଜ ଦେବାଶିଷ ସାମଲ, ଆତ୍ମାର ଅଧକ୍ଷ ଅରୁଣ କୁମାର ପଣ୍ଡା, ସିଡି ପିଓ ଲଳିତା ମଲ୍ଲିକଙ୍କ ସମେତ ବିଭିନ୍ନ ଅଧିକାରୀ, ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା, କୁମୁଦ ବେହେରା, ଓ ଅନ୍ୟନ୍ୟ ଜନପ୍ରତିନିଧୁ ଓ ସମାଜସେବୀ ଉପସ୍ଥିତ ଥିଲେ ।WhatsApp Image 2026 08 21 at 18.04.07

ଏହି କାର୍ଯ୍ୟକ୍ରମ ରେ ଛୋଟ ଝିଅ ମାନେ ଓଡିଶୀ, ଭଜନ ସହ ବିଭିନ୍ନ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । ପୁରୁଷୋତ୍ତମପୁର ବ୍ଲକ୍ ର ୧୭ଟି ପଞ୍ଚାୟତରୁ ଏବଂ ଏନଏସି ର ସ୍ଵୟଂ ସହାୟକ ଗୋଷ୍ଠୀମାନେ ଏଥିରେ ସାମିଲ ହୋଇ ହାତ ତିଆରି ସାମଗ୍ରୀ, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଓ ଅନ୍ୟାନ୍ୟ ଉତ୍ପାଦ ପ୍ରଦର୍ଶନ କରିଥିଲେ ।ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ମଧ୍ୟ ମହିଳାମାନେ ଉତ୍ସାହର ସହ ଭାଗ ନେଇଥିଲେ । ଏହି ଅବସରରେ ଷ୍ଟେଟ ବେଙ୍କ, ୟୁନିଅନ ବେଙ୍କ ଓ ଅନ୍ୟନ୍ୟ ବେଙ୍କ, ପକ୍ଷରୁ ୫ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ମୋଟ ୧୦ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା । ମହିଳାମାନେ ଏହି ଅର୍ଥକୁ ବିଭିନ୍ନ ଜୀବିକା ଓ ଉଦ୍ୟୋଗ କାର୍ଯ୍ୟରେ ବ୍ୟବହାର କରି ଆୟ ବୃଦ୍ଧି କରିପାରିବେ ବୋଲି କୁହାଯାଇଥିଲା ।

ସେହିପରି, ମହିଳାଙ୍କ ସଶକ୍ତିକରଣ ଓ ଜୀବିକା ବିକାଶକୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ ୧୭କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ରହିଥିବା ସୂଚନା ଦିଆ ଯାଇଥିଲା । ବିଧାୟକ ପୂର୍ଣଚନ୍ଦ୍ର ସେଠୀ ମହିଳାମାନଙ୍କ ଉଦ୍ୟମ ଓ ଆତ୍ମନିର୍ଭରତାକୁ ପ୍ରଶଂସା କରିବା ଏକ ଲକ୍ଷ ଟଙ୍କା ଆୟରେ ରେ ସୀମିତ ନ ରହି ଆୟ କରିବାସହ ଆଗାମୀ ଦିନରେ ଏହାଠାରୁ ଅଧିକ ରୋଜଗାର କରିବା ଉଦେଶ୍ୟ ରେ ମହିଳାମାନଙ୍କ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଏଲ ଏଫୋ ମହିଳା ସଭାପତି, କୁନି ସାହୁ,ସମ୍ପାଦକ ମୋହିନୀ ନାୟକ, କୋଷାଧକ୍ଷ ତପସ୍ବିନି ବସନ୍ତିଆ, ମମତା ପ୍ରଧାନ ଙ୍କ ସହ ଅନ୍ୟନ୍ୟ ମହିଳା ମାନେ ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ଶେଷରେ ଏହି ବିଭାଗ ର ବିପିଏ ସିଏ ରଶ୍ମିତା ନାହାକ ଙ୍କ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments