ବ୍ରହ୍ମପୁର, (୨୨/୦୭) : ଆପ୍ର : ଓଡ଼ିଶାରେ କରୋନା ଚର୍ଚ୍ଚାକୁ MKCGର ଖଣ୍ଡନ । ହସପିଟାଲରେ କୌଣସି ରୋଗୀ ନଥିବା କିମ୍ବା କୋଭିଡ ଟେଷ୍ଟ ପାଇଁ ଆମେ କାହାକୁ ପରାମର୍ଶ ଦେଇନାହୁଁ ବୋଲି କହିଛନ୍ତି ମେଡିକାଲ ଅଧ୍ୟକ୍ଷା ପ୍ରଫେସର ଡ଼କ୍ଟର ସୁଦୀପା ଦାଶ ।
ଅନ୍ୟପଟେ ପାଗ ପରିବର୍ତ୍ତନ ଯୋଗୁ ଭାଇରଲ ଫିବର ହେଉଛି ତେଣୁ ପରୀକ୍ଷା କଲେ ସେମିତି କିଛି ଆସିପାରେ ବୋଲି କହିବା ସହ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । ସେପଟେ ଏପରି ଅଭିଯୋଗକୁ ଜିଲ୍ଲାପାଳ, ସିଡିଏମଓ ମଧ୍ୟ ଖଣ୍ଡନ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ କାୟା ବିସ୍ତାର କରୁଛି କୋଭିଡ। ଆନ୍ଧ୍ରରେ କୋଭିଡରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଏହାପରେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି ।
ନିୟମିତ ଭାବେ ସନ୍ଦିଗ୍ଧ ରୋଗୀଙ୍କ କୋଭିଡ ପରୀକ୍ଷା କରାଯାଉଛି । ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ବଢ଼ୁଥିବା ପରିସ୍ଥିତିକୁ ଦେଖି ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକର CDMOମାନଙ୍କୁ ସତର୍କ କରାଯାଇଛି । ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସନ୍ଦିଗ୍ଧ ରୋଗୀଙ୍କ କୋଭିଡ ପରୀକ୍ଷା ନିଶ୍ଚିତ କରାଯିବ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲଗୁଡ଼ିକରେ ପରୀକ୍ଷା ବ୍ୟବସ୍ଥା ସକ୍ରିୟ ରହିଛି ।

