Homelocalତେଜଶ୍ରୀ ସେବା ଫାଉଣ୍ଡେସନ ଓ ସତମାର୍ଗ ଖବର କାଗଜ ର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ

ତେଜଶ୍ରୀ ସେବା ଫାଉଣ୍ଡେସନ ଓ ସତମାର୍ଗ ଖବର କାଗଜ ର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ

ରାୟଗଡା, (୨୨/୦୮) : ଆପ୍ର : ଆଜି ତେଜଶ୍ରି ସେବା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଓଡ଼ିଆ ଦୈନିକ ଖବର କାଗଜ “ସତମାର୍ଗ” ର ନୂତନ ଶାଖା କାର୍ଯ୍ୟାଳୟ ଜିଲ୍ଲାପାଳ କାର୍ଯ୍ୟଳୟ ରାସ୍ତା ପରିସରରେ ଉଦଘାଟନ ହୋଇଯାଇଛି ।

ଏହି ଉଦ୍ଦେଶ୍ୟରେ ଆଜି ଏକ ସଭାର ଆୟୋଜନ ରାୟଗଡା ସହର ସଦର ମହକୁମାରେ ଅବସ୍ଥିତ ସ୍ଥାନୀୟ ଲାୟନ୍ସ କ୍ଲବ ରେ ଆୟୋଜନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ବିଭୁତି ଭୂଷଣ କର ଓ “ସତମାର୍ଗ” ଖବର କାଗଜର ସମ୍ପାଦକ, ତଥା ତେଯଶ୍ରୀ ସେବା ଫାଉଣ୍ଡେସନ ର ସଭାପତି ଶ୍ରୀ ରାଜେଶ ମହାନ୍ତି ଯୋଗ ଦେଇଥିଲେ । ସଭାର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦିପ ପ୍ରଜ୍ଜୋଲନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ପାଦକ ରାଜେଶ ମହାନ୍ତି ତାଙ୍କ ବାକ୍ତ୍ତବ୍ୟରେ ଖବର କାଗଜ ଓ ସେବା ଫାଉଣ୍ଡେସନ ସମ୍ବନ୍ଧରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେଉଁ ତେଜଶ୍ରୀ ସେବା ଫାଉଣ୍ଡେସନ ଗଠନ କରାଯାଇଛି ଏହା ସାରା ଓଡ଼ିଶାରେ କର୍ଯ୍ୟ କରିବ। ଏହି ଫାଉଣ୍ଡେସନ ସାରା ଓଡ଼ିଶାର ପ୍ରତେକ ଜିଲ୍ଲାରୁ ମୋଟ 30 ଜଣ ସଭ୍ୟଙ୍କୁ ନେଇ ଗଠିତ । ଫାଉଣ୍ଡେସନ ଗଠନର ମୁଖ୍ୟ ଉଦ୍ୟେଶ ଓଡ଼ିଶାର କୋଣ, ଅନୁକୋଣରେ ଜୀବନ, ଜାପନ କରୁଥିବା ବାସହରା ମାନଙ୍କୁ ଥଇଥାନ କରିବା ।

ବୃଦ୍ଧ, ବୃଦ୍ଧା ମାନଙ୍କ ପାଇଁ ବୃଦ୍ଧାଶ୍ରମ ଓ ଶିଶୁ, କିଶୋରୀ ମାନଙ୍କ ପାଇଁ ଅନାଥ ଆଶ୍ରମ ପ୍ରତିଷ୍ଠା କରି ସେମାନଙ୍କୁ ଥଇଥାନ କରିବା। ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇବା । ଗରିବ, ଅସହାୟ ଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା । ଘର ପୋଡି, ବନ୍ୟା, ବାତ୍ୟା, ଓ ଯେ କୌଣସି ଦଇବ, ଦୁର୍ଘଟଣା ରେ ଆହତ ମାନଙ୍କ ନିକଟରେ ପହଞ୍ଚି ଆବଶ୍ୟକୀୟ ସେବା ପ୍ରଦାନ କରିବା । ସେ କହିଥିଲେ ଏହିଭଳି ଘଟଣା ସମ୍ବନ୍ଧରେ ସୂଚନା ଦେବା ପାଇଁ ଫାଉଣ୍ଡେସନ ପକ୍ଷରୁ ଟୁଲ ଫ୍ରି ନମ୍ବର 📞 9938540096 ରଖାଯାଇଛି । ଆପଣ ମାନେ ଏହିଥିରେ ଯୋଗା, ଯୋଗ କରିପାରିବେ । ତତ ସହିତ ଏହାର ପ୍ରଚାର, ପ୍ରସାର ଓ ଖବର ସଂଗ୍ରହ ପାଇଁ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ହେଉଛି ଦୈନିକ ଖବର କାଗଜ “ସତମର୍ଗ” ସତ୍ୟର ସନ୍ଧାନ ।

ଏହି ଖବର କାଗଜ ସାରା ଓଡ଼ିଶାରେ ପରିଚାଳିତ ହେବ। ସତ୍ୟ ର ଖବର ପରିବେଷଣ ସହିତ ସମାଜରେ ଘଟୁଥିବା ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ କରି ଲୋକଲୋଚନ କୁ ଆଣିବ ଓ ଏହାର ପ୍ରତିବାଦରେ ଖବର ପ୍ରସାରଣ ହେବ । ସାଧାରଣ ଲୋକଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ପ୍ରତି ଜିଲ୍ଲାରେ “ସତମାର୍ଗ” ଅଭିଯୋଗ ପ୍ରକୋଷ୍ଠ କରାଯିବ ଯାହାର ଟୋଲ ଫ୍ରି ନମ୍ବର 📞700 869 1427 ରଖାଯାଇଛି । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments