ଗୁଣପୁର, (୨୦/୯) : ଆପ୍ର : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଅନୁଷ୍ଠିତ କ୍ରାଉନ୍ ଅଫ୍ ଆନ୍ଧ୍ରପ୍ରଦେଶ – ୨୦୨୬ ଵିୟୁଟି ପେଜେଣ୍ଟରେ DIVA (ଉଚ୍ଚ ପ୍ରତିଭା ସମ୍ପନ୍ନ) ଓ ଟାଲେଣ୍ଟ ବିଭାଗରେ ଦୁଇ ଦୁଇଟି ଟାଇଟଲ୍ ହାସଲ କରିଥିବା ଗୁଣପୁର ର ଉପାସନା ଙ୍କୁ ଆଦର୍ଶ ନଗର , ଲେନ୍ – ୭ ସ୍ଥିତ ଜୟ ଵଜରଙ୍ଗୀ ପୂଜା କମିଟି ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି ।
ଏହି କମିଟି ର କାର୍ଯ୍ୟକର୍ତ୍ତା ମାନଙ୍କ ସହ ସନ୍ତୋଷ ରଥ , ଯିଏ ଜଣେ ସନାତନୀ , କଳା ପ୍ରେମୀ ଓ ଉପାସନା ଙ୍କ ଜଣେ ଶୁଭଚିନ୍ତକ ସେ ଉପାସନା ଙ୍କ ଏଭଳି କୃତିତ୍ୱ ପାଇଁ ଗଣେଶ ପୂଜା ଅବସରରେ ସ୍ବତନ୍ତ୍ର ଭାବେ ଉପାସନା ଙ୍କୁ ନିମନ୍ତ୍ରିତ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୁଣପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ , ସମ୍ମାନିତ ଅତିଥି ଭାବେ ରାମନାଗୁଡା ତହସିଲଦାର ଡ଼ଃ ପ୍ରାଣକୃଷ୍ଣ ପାଣିଗ୍ରାହୀ , ଯୁବ ବିଜେପି ନେତା ଭାଷା ଶତପଥୀ ଓ ବୁଲୁ ପାଢ଼ୀ ଯୋଗଦେଇ ଉପାସନା ଙ୍କୁ ଉତ୍ତରୀୟ ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ ।
କଳା କ୍ଷେତ୍ରରେ ସବୁବେଳେ ଉପାସନାଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଏହି ସଭାରେ ଉପାସନା ଙ୍କ ପିତା ମାତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏତେ କମ୍ ବୟସରୁ ଉପାସନା କେବଳ ନୃତ୍ୟ ନୁହେଁ ଅଭିନୟ , ବିଭିନ୍ନ ଟି ଭି ରିୟାଲିଟି ସୋ, ଗ୍ଲାମର ଓ ଫେସନ୍ ଦୁନିଆରେ ରାଜ୍ୟ ଓ ରାଜ୍ୟ ବାହାରେ ନିଜ ବହୁମୁଖି ପ୍ରତିଭାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ସଭାରେ ପ୍ରଶଂସା କରାଯାଇଥିଲା । ସନ୍ତୋଷ ରଥ ଙ୍କ ଏଭଳି କଳା ପ୍ରତିଭାକୁ ସର୍ବସମ୍ମୁଖରେ ସମ୍ମାନିତ କରିବା ତଥା ନୂତନ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ପ୍ରୟାସ ଉଚ୍ଚକୋଟୀର ଥିଲା ।

