ଗୁଣୁପୁର, (୧୪/୧୧) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜ ନାଇରା ସେକ୍ସନ କଣ୍ଣପାଡୁ ନିକଟରୁ ବାଘ ଛାଲ ଜବତ । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ ।
ଡିଏଫ୍ଓଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଏସିଏଫ୍ ସଚିତା ନନ୍ଦ ସେଠୀ, ସତୀଶ କୁମାର ଧାରୁଆ ଙ୍କ ଉପସ୍ଥିତିରେ ଗୁଣୁପୁର ,ଗୁଡାରି ରେଞ୍ଜର ବନ କର୍ମଚାରୀ ଚଢାଉ କରିଥିଲେ । ଅଭିଯୁକ୍ତଙ୍କଠାରୁ ୩ ଟି ବାଇକ୍ ସହ ୪ ଟି ମୋବାଇଲ୍ ଫୋନ ଓ ବାଘଛାଲ ଜବତ କରାଯାଇଛି । ଗିରଫ ଚାରି ମଧ୍ୟରେ ପଦ୍ମପୁର ବ୍ଲକ୍ ଡେରିଗାଁ ପଞ୍ଚାୟତ ର ଗୈାରିଶଙ୍କର ରଣା, ପଦ୍ମପୁରର ଶ୍ରୀରାମ ପାତ୍ର । ସେହିପରି ପଦ୍ମପୁର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ପିଲିପ ବିଡିକା ଏବଂ କନ୍ଧମାଳ ଜିଲ୍ଲାର ତାଜୁଙ୍ଗିଆ ପଦାସାହିର ମରେନ୍ ମଲ୍ଲିକ ବୋଲି ଜଣାପଡ଼ିଛି ।
ବିଶେଷ ସୁତ୍ରରୁ ଖବର ପାଇଁ ବନବିଭାଗ ଚଢାଉ କରିଥିବାବେଳେ କଣ୍ଣପାଡୁ ମନ୍ଦିର ପୂଜକ ଗୈାରି ଶଂଙ୍କର ବାଘ ଛାଲ ଧରି ଚମ୍ପଟ ମାରୁଥିବା ବେଳେ ମାଡିବସିଥିଲା ବନ ବିଭାଗ । ବାଘଛାଲ ଧରିବା ପାଇଁ ବନ ବିଭାଗ ନାଟକୀୟ ଢଙ୍ଗ ରଚି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂମ୍ପୃକ୍ତି ଥିବା ନେଇ ବନ ବିଭାଗ ଖୋଳତାଡ କରୁଛି । କେଉଁ ଅଞ୍ଚଳ ର ବାଘ ରହିଥିଲା ବାଘ ମାରିବା ପଛରେ କାହାର ସଂମ୍ପୃକ୍ତି ରହିଛି, ତାର ତଦନ୍ତ କରୁଛି ବନବିଭାଗ। ଜବତ ବାଘ ଛାଲର ଓସାର ୧୦୭ ସେଣ୍ଟି ମିଟର, ଲମ୍ବ ୨୫୦ ସେଣ୍ଟିମିଟର ।

