Homeaccidentପିତାପାଲି ଛକରେ ଆମ ବସ୍ ସହ ପିଟିହେଲା ଅଟୋ, ଯାତ୍ରୀ ଆହତ

ପିତାପାଲି ଛକରେ ଆମ ବସ୍ ସହ ପିଟିହେଲା ଅଟୋ, ଯାତ୍ରୀ ଆହତ

ଭୁବନେଶ୍ୱର, (୧୪/୧୧) : ଆପ୍ର : ଶୁକ୍ରବାର ସକାଳେ ଭୁବନେଶ୍ୱର ଉପକଣ୍ଠ ପିତାପାଲି ପେଟ୍ରୋଲ ପମ୍ପ ନିକଟରେ ଆମ ବସ୍ ଓ ଏକ ଅଟୋରିକ୍ସା ମଧ୍ୟରେ ଧକ୍କା ହେବାରୁ ଅଟୋରେ ବସିଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବସ୍‌ଷ୍ଟପ୍‌ରେ ଯାତ୍ରୀଙ୍କୁ ଓହ୍ଲାଇ ଆମ ବସ୍ ଚାଲିବା ଆରମ୍ଭ କରୁଥିବା ବେଳେ ରଙ୍ଗ୍ ସାଇଡ୍‌ରେ ଦ୍ରୁତଗତିରେ ଆସୁଥିବା ଏକ ଅଟୋରିକ୍ସା ନିୟନ୍ତ୍ରଣ ହରାଇ ବସ୍ ସହ ଧକ୍କା ହୋଇଥିଲା । ଫଳରେ ଅଟୋରେ ବସିଥିବା କିଛି ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ କ୍ରୁଟ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments