Homebreaking newsପିଲାଙ୍କ ଖାଇବାରେ ଝିଟିପିଟି, ୭ ରୁ ଅଧିକ ଛାତ୍ର ଗୁରୁତର

ପିଲାଙ୍କ ଖାଇବାରେ ଝିଟିପିଟି, ୭ ରୁ ଅଧିକ ଛାତ୍ର ଗୁରୁତର

ବାଲେଶ୍ଵର // ସୋରୋ, (୦୪/୦୮) : ଆପ୍ର : ପିଲାଙ୍କ ଖାଇବାରେ ଝିଟିପିଟି । ୭ ରୁ ଅଧିକ ଛାତ୍ର ଗୁରୁତର । ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ପିଲା । ସିମୁଳିଆ ବ୍ଲକ୍ ମଇତାପୁର ପଞ୍ଚାୟତ ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ମଲା ଝିଟିପିଟି ବାହାରିଲା । ଏହି ଘଟଣାରେ ଅଭିଭାବକମାନେ ପିଲାମାନଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଜଣେ ପିଲା ଡାଲି ଖାଇବାପାଇଁ ହାତ ପୁରାଇ ଥିଲେ । ସେ ପ୍ରଥମେ ବିଲାତି ବାଇଗଣ ସନ୍ଦେହ କରି ଏହାକୁ ଉପରକୁ ଟେକି ଦେବାରୁ ତାହା ମଲା ଝିଟିପିଟି ବୋଲି ଡେ଼ଖିବାକୁ ମିଳିଥିଲା । ଏହା ଦେଖି ଅଭିଭାବକମାନେ ପିଲାଙ୍କୁ ସଙ୍ଗେ ସିମୁଳିଆ ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments